
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୋଲିସ ସ୍ଵତନ୍ତ୍ର ୱାରେଣ୍ଟି ଧରପଗଡ କାର୍ଯ୍ୟକ୍ରମ ପରିଚାଳନା ମାଧ୍ୟମରେ ବିଭିନ୍ନ ସ୍ଥାନରୁ ୩ ଜଣ ୱାରେଣ୍ଟି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କର ଜାମିନ ଖାରଜ ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗିରଫ ୱାରେଣ୍ଟି ମାନେ ରୋହିବାଙ୍କ ପଞ୍ଚାୟତ ଭଗବତୀ ପ୍ରସାଦ ଗାଁର ଜି ଗାଣ୍ଡୁ ପାତ୍ର, ରଙ୍ଗଣୀପାଟଣା ପଞ୍ଚାୟତ ରଙ୍ଗଣୀପାଟଣା ଗାଁର ମୋହନ ସାହୁ,ଏବଂ ସୁନାମୁହିଁ ଗ୍ରାମପଞ୍ଚାୟତ ବାଲିଶିଂସା ଗାଁ ର ମିଥୁନ ଡାକୁଆ ।ଏହି ଅଭିଯୁକ୍ତ ମାନେ ବିଭିନ୍ନ ମାମଲାରେ ଜଡିତ ରହିବ ଦୀର୍ଘଦିନ ଧରି ଫେରାର ରହିଥିଲେ ।