ମନରେଗା ବଦଳି ଭିବିଜିଆରଏଏମଜି ବିକଶିତ ହେଲା

add-all

ନୟାଗଡ଼ : ଭାରତୀୟ ସଂସଦ ଦ୍ଵାରା ଗୃହୀତ ଵିକ୍ଷିତ ଭାରତ – ରୋଜଗାର ଏବଂ ଜୀବିକା ପାଇଁ ଗ୍ୟାରେଣ୍ଟି ମିଶନ(ଗ୍ରାମୀଣ) ଭିବିଜିଆରଏଏମଜି ଆଇନ ୨୦୨୫ ଅନୁସାରେ ଦେଶର ଗ୍ରାମୀଣ ପରିବାର ପାଇଁ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ପ୍ରତି ପଞ୍ଚାୟତ ଗୁଡିକରେ ଗ୍ରାମସଭା ରେ ଆଲୋଚନା ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଇଛି । ପରବର୍ତ୍ତୀ ସମୟରେ ଏହାକୁ ଲୋକାଭିମୁଖୀ କରିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ପୂର୍ବ ଆଇନ ଅନୁଯାୟୀ ମନରେଗା ଯୋଜନାରେ ଅନେକ ସର୍ତ୍ତ ରହିଥିବାରୁ ବେକାରୀ ଭତ୍ତା ପାଇବା ପ୍ରାୟ ଅସମ୍ଭବ ଥିଲା ।ବର୍ତ୍ତମାନ ଏହି ଭିବିଜିଆରଏଏମଜି ୨୦୨୫ ନୂତନ ଆଇନ ଅନୁଯାୟୀ ଅନେକ ପ୍ରତିବନ୍ଧକକୁ ହଟାଇ ସରଳୀକରଣ କରାଯାଇଛି ।ଯଦି କାମ ଦାବି କରୁଥିବା ଜବକାର୍ଡଧାରି ଙ୍କୁ ନିଯୁକ୍ତି ପ୍ରଦାନ କରାଯାଉନାହିଁ, ତେବେ ବେକାରୀ ଭତ୍ତା ସ୍ଵୟଂ ଚଳିତ ଭାବରେ ପ୍ରଦାନ କରିବାର ବ୍ୟବସ୍ଥା ରହିଛି।୧୦୦ ଦିନ ପରିବର୍ତ୍ତେ ପ୍ରତି ପରିବାରକୁ ୧୨୫ ଦିନର ନିଯୁକ୍ତି ଗ୍ୟାରେଣ୍ଟି ରହିଥିବା ବେଳେ ସ୍ବଚ୍ଛତା ପାଇଁ ମଜୁରୀ ପ୍ରଦାନରେ ବିଳମ୍ବ ହେବ ନାହିଁ । ଯଦି ବିଳମ୍ବ ହୁଏ ତେବେ ସୁଧ ସହିତ ମଜୁରୀ ପ୍ରଦାନ କରାଯିବ ଶ୍ରମିକ ମାନଙ୍କୁ । ଜଳ ସୁରକ୍ଷା ଏବଂ ସଂରକ୍ଷଣ, ଗ୍ରାମୀଣ ଭିତ୍ତିଭୂମି ସହିତ ଜଡିତ କାର୍ଯ୍ୟ, ଜୀବିକା ବୃଦ୍ଧି କାର୍ଯ୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରତିକୂଳ ପାଗ ପରିସ୍ଥିତି କୁ ସମାଧାନ କରିବା ପାଇଁ ମିଳିତ ଭାବରେ ବିକାଶ, ସଶକ୍ତିକରଣ, ଅଭିସରଣ ଏବଂ ସ୍ଥାୟୀ ଜୀବିକାର ମୂଳଦୁଆ ହେବ ।ବିଭାଗ ଗୁଡ଼ିକର ସମନ୍ୱୟ ଏବଂ ସ୍ବଚ୍ଛତା, କୃଷି ଶ୍ରମିକ ସମନ୍ୱୟ, ପ୍ରଶାସନିକ ଖର୍ଚ୍ଚ ସୀମା ବୃଦ୍ଧି ସୁବିଧା ଗୁଡ଼ିକ ଶ୍ରମିକ ଏବଂ ଚାଷୀମାନେ ଗ୍ରାମ ପଞ୍ଚାୟତ ଗୁଡିକରୁ ସମସ୍ତ ସୁବିଧା ହାସଲ କରିପାରିବେ ।

ad-week
Leave A Reply

Your email address will not be published.