ଶାଶୁକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଜ୍ୱାଇଁ

newyr25

ବାଲିଗୁଡା : ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶାଶୁ ମୃତ ।  ପାରିବାରିକ କଳହକୁ ନେଇ ଶାଶୁର ମୁଣ୍ଡରେ ଟାଙ୍ଗିଆରେ ଆକ୍ରମଣ କରିଥିଲା ଜ୍ୱାଇଁ ।  କ.ନୂଆଗାଁ ଥାନା ସିର୍ତିଗୁଡା ପଞ୍ଚାୟତର କୁଡୁପାକିଆ ଗାଁରେ ଘଟିଛି ଅଭାବନୀୟ ଘଟଣା ।  ଗୁରୁତର ଅବସ୍ଥାରେ ପରିବାର ଲୋକ ବାଲିଗୁଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ ।  ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପରେ ସେଠାରେ ଶାଶୁ ପେଟି ମଳିକଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ କୁଡୁପାକିଆ ଗାଁର ଜ୍ୱାଇଁ ସୁରତ ପ୍ରଧାନ ପାରିବାରିକ କଳହ ପରେ ତାଙ୍କ ସ୍ତ୍ରୀଙ୍କୁ ପ୍ରଥମେ ଟାଙ୍ଗିଆରେ ଆକ୍ରମଣ ପାଇଁ ଉଦ୍ୟମ କରୁଥିଲେ ।  ଏହି ସମୟରେ ଶାଶୁ ପେଟି ମଳିକ ବିରୋଧ କରିଥିଲେ ।  ପରେ ଜ୍ୱାଇଁ ଶାଶୁଙ୍କ ମୁଣ୍ଡକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା ।  ଶାଶୁକୁ ଆକ୍ରମଣ ପରେ ଜ୍ୱାଇଁ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି ।  କ.ନୂଆଗାଁ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛି । .

Leave A Reply

Your email address will not be published.