
ରାଉରକେଲା : ରାଉରକେଲାରେ ଆୟୋଜିତ ୫୦ ତମ ABVP ର ରାଜ୍ୟ ସମାବେଶରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହଜାର ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କଲେ କେନ୍ଦ୍ରମନ୍ତ୍ରୀ । ରାଉରକେଲା ସେକ୍ଟର ୬ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଏହି ୫୦ ତମ ସମାବେଶ ଆୟୋଜିତ ହୋଇଯାଇଛି । ଦେଶରେ ଯୁବ ଏବଂ ଛାତ୍ରଛାତ୍ରୀଙ୍କ ଯୋଗଦାନ ଏବଂ ଦେଶ ସହ ଉତ୍କୃଷ୍ଟ ଭାରତ ଗଠନରେ ଦେଶର ଯୁବ ପିଢ଼ିର ଦାୟିତ୍ବକୁ ସ୍ୱାଗତ କରିଥିଲେ । ବର୍ତ୍ତମାନ ଯୁବ ପିଢ଼ି ଯେଉଁଭଳି ଭାବରେ ଦେଶକୁ ଉନ୍ନତି କରିବାରେ ଆଗେଇ ଚାଲିଛନ୍ତି ତେଣୁ ଦେଶକୁ ବିକଶିତ ହେବାରୁ ଆଉ କେହି ରୋକି ପାରିବେ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଯେଉଁଭଳି ଭାବରେ ABVP ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପଦକ୍ଷେପରେ ନେତୃତ୍ୱ ନେଇଛି ତାହା ସ୍ୱାଗତଯୋଗ୍ୟ ବୋଲି ଅଭିଭାଷଣ ରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।