ରତ୍ନ ଅଳଙ୍କାର ଗଣତିମଣତି ନେଇ ଉଚ୍ଚସ୍ତରୀୟ ବୈଠକ, ମାର୍ଗଦର୍ଶିକା ଅନୁସାରେ କରାଯିବ ସମସ୍ତ କାର୍ଯ୍ୟ

newyr25

ପୁରୀ  : ରତ୍ନ ଅଳଙ୍କାର ଗଣତିମଣତି ନେଇ ଉଚ୍ଚସ୍ତରୀୟ ବୈଠକ ।  ରତ୍ନଭଣ୍ଡାରରେ ଥିବା ସୁବର୍ଣ୍ଣ ଅଳଙ୍କାରର କରାଯିବ ମେଳକ ଓ ତା ସହ ହେବ ଗଣତମଣତି ।  ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ ।  ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ କରାଯାଇଛି ଆଲୋଚନା ।  ତେବେ ଆଗକୁ ଇଂରାଜୀ ନବବର୍ଷ ଥିବାରୁ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ।  ତେଣୁ ଉକ୍ତ ସମୟରେ ରତ୍ନଭଣ୍ଡାର ଖୋଲିବା ସମ୍ଭବ ହୋଇନପାରେ ।

ଜାନୁଆରୀ ମାସରେ କେଉଁ ତାରିଖରେ ରତ୍ନ ଭଣ୍ଡାର ଖୋଲିବ ସେନେଇ ତିଥି ,ବାର ସହ ମାହେନ୍ଦ୍ର ବେଳ ସ୍ଥିର କରାଯିବ ।  ସେପଟେ ଗଣତିମଣତି ସମୟରେ ଅଳଙ୍କାରର ସୁରକ୍ଷା ଦୃଷ୍ଟିରୁ ଭକ୍ତଙ୍କ ଦର୍ଶନ କେତେ ସମୟ ପର୍ଯ୍ୟନ୍ତ ବନ୍ଦ କରାଯିବ ତାହା ମଧ୍ୟ ସ୍ଥିରିକୃତ କରାଯିଵ ।  ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସବୁର ଡିଜିଟାଇଜେସନ କରାଯିବ ।  ୧୯୭୮ ମସିହାର ମେଳକ ସହ ଗଣତି ମଣତି କରାଯିବ ।  ମାର୍ଗଦର୍ଶିକା ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ ।  ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ,ଏସପି ଏବଂ ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟ ମାନେ ଉପସ୍ଥିତ ଅଛନ୍ତି ।

Leave A Reply

Your email address will not be published.