
କଟକ : ଘଣ୍ଟାଏ ଓପିଡି ବନ୍ଦ । ରୋଗୀ ସେବା ବ୍ୟାହତ । ୧୦ ଦଫା ଦାବିରେ ଡାକ୍ତରଙ୍କ ଆନ୍ଦୋଳନ । ସାରା ଓଡ଼ିଶାରେ ଆନ୍ଦୋଳନ କରୁଛନ୍ତି ଡାକ୍ତର । ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଓପିଡ଼ି ବନ୍ଦ ରଖୁଛନ୍ତି । ଆଜି କଟକ ସିଟି ହସ୍ପିଟାଲର ଡାକ୍ତରମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧ ଘଣ୍ଟା ଓପିଡି ବନ୍ଦ ରହିବା ଫଳରେ ରୋଗୀ ସେବା ବାଧପ୍ରାପ୍ତ ହୋଇଥିଲା । ଏହି ସମୟରେ କୌଣସି ରୋଗୀଙ୍କୁ ଚିକିତ୍ସା କରିନଥିଲେ ଡାକ୍ତର ।