ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

add-all

ବାଲେଶ୍ଵର: ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଏକ ହୋଟେଲ ରୁମରୁ ଯୁବକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଜବତ ହୋଇଛି। ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ମୃତ ଯୁବକ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଦାନ୍ତିଆମୁଁହା ଅଞ୍ଚଳର ଆକାଶ ମହାନ୍ତ।

ଆକାଶ ହୋଟେଲର ତୃତୀୟ ମହଲା ରୁମ୍ ନମ୍ବର ୫୦୨ରେ ରହୁଥିଲେ। ଦୁଇ ଦିନ ବିତିଯାଇଥିଳେ ବି ରୁମ ନ ଖୋଲିବାରୁ ହୋଟେଲ କର୍ମଚାରୀଙ୍କର ସନ୍ଦେହ ହୋଇଥିଲା। ପରେ ଯାଞ୍ଚ ସମୟରେ ରୁମରୁ ତାଙ୍କ ମୃତଦେହ ମିଳିଥିଲା। ଦୁଇ ଯୁବକଙ୍କ ସହ ଜଣେ ମହିଳା ରାତ୍ରିରେ ଉକ୍ତ ରୁମରେ ରହିଥିବାର ସୂଚନା ମିଳିଛି। ଘଟଣା ସ୍ଥଳରେ ସହଦେବାଖୁଣ୍ଟା ପୁଲିସ ପହଞ୍ଚି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହା ସହ ରୁମରେ ସାଙ୍ଗରେ ଥିବା ଅନ୍ୟ ଜଣେ ଯୁବକକୁ ପୁଲିସ ଅଟକ ରଖିଛି। ସେଠାରେ ରହିଥିବା ଯୁବତୀଙ୍କୁ ପୁଲିସ ଖୋଜୁଛି।

ad-week
Leave A Reply

Your email address will not be published.