ଦାରିଙ୍ଗବାଡି ଶୀତ ମହୋତ୍ସବ-୨୦୨୬ ପୋଷ୍ଟର ଉନ୍ମୋଚନ

add-all

ବାଲିଗୁଡା : ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୀତ ମହୋତ୍ସବ ଜାନୁୟାରୀ ୮ ତାରିଖ ଠାରୁ ୧୧ ତାରିଖ ୪ ଦିନ ଧରି ଦାରିଙ୍ଗବାଡି ର ମିନି ଷ୍ଟାଡିଅମ ପରିସରରେ ଆୟୋଜନ ହେବ, ଏଥିପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟ ରେ ପହଞ୍ଚି ଯାଇଛି । ସମଗ୍ର ବ୍ଲକ ଅଞ୍ଚଳରେ ଉତ୍ସବମୁଖର ହେବା ସହ ଉତ୍କଣ୍ଠା ଓ ଉତ୍ସାହରେ ଅପେକ୍ଷା କରିଛନ୍ତି। ଏ ନେଇ ରବିବାର ପୂର୍ବାହ୍ନରେ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ଯରେ ଶୀତ ମହୋତ୍ସବ ପୋଷ୍ଟରର ଉନ୍ମୋଚନ ହୋଇଯାଇଛି। ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି। ଅନ୍ୟ ଅନ୍ୟମାନଙ୍କ ମଧ୍ୟରେ ଶୀତ ମହୋତ୍ସବ ପାଳନ କମିଟିର ସମ୍ପାଦକ ତଥା ବିଡିଓ ପ୍ରୀତିରଞ୍ଜନ ଞ୍ଜନ ରଥ, ବ୍ଲକ ମଙ୍ଗଳ ସ‌ ସମ୍ପ୍ରସାରଣ ଅଧିକାରୀ ବିଶ୍ବଜିତ ଜାଲି, ଶ୍ରାନିକେତା ସରପଞ୍ଚ ଗଙ୍ଗାଧର ପ୍ରଧାନ, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ପତିତପାବନ ରାଉତ, ଭାଜପା ମଣ୍ଡଳ ସଭାପତି ମିଟୁ ସାହୁ, ଜିଲା ସମ୍ପାଦକ ସନ୍ତୋଷ ସାହୁ, ପୂର୍ବତନ ସାଧାରଣ ସମ୍ପାଦକ ପ୍ରଭାକର ସାହୁ, ବଣିକ ସଙ୍ଘ ଉପସଭାପତି ଦିଲୀପ ସାହୁ, ପୂର୍ବତନ ଜିଲା ସମ୍ପାଦକ ତଥା ଆଇନଜୀବୀ ହରେନ ସାହୁଙ୍କ ସମେତ ବହୁ ଅଞ୍ଚଳବାସୀ ଏହି ଉନ୍ମୋଚନ ରେ ଯୋଗ ଦେଇଥିଲେ। ପୋଷ୍ଟର ଉନ୍ମୋଚନ ପରେ ଶୀତ ମହୋତ୍ସବ ର ପ୍ରଚାର ଓ ପ୍ରସାର କରିବା ପାଇଁ ପ୍ରତି ଗାଁ ଗାଁ କୁ ପୋଷ୍ଟର ପଠାଯାଇଥିବା ବିଷୟ ବିଡ଼ିଓ ଶ୍ରୀ ରଥ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.