
ପୁରୀ : ନୂଆବର୍ଷ ପାଇଁ ଆସନ୍ତାକାଲି ଶ୍ରୀଜଗନ୍ନାଥଙ୍କର ସ୍ୱତନ୍ତ୍ର ନୀତିକାନ୍ତି । ଡିସେମ୍ବର ୩୧ ତାରିଖ ରାତି ୧୧ଟାରେ ହେବ ଶ୍ରୀଜିଉଙ୍କ ପହୁଡ଼ ନୀତି । ପରେ ପୁଣି ରାତ୍ର ୨ଟାରେ ହେବ ଦ୍ବାରଫିଟା ନୀତି । ଛତିଶାନିଯୋଗ ଓ ନୀତି ସବକମିଟି ଅନୁମୋଦିତ ନୀତି ଅନୁସାରେ ଏହି ନିଷ୍ପତ୍ତି ହୋଇଛି । ସଅଳ ନୀତିକାନ୍ତି ହୋଇ ସଅଳ ପହୁଡ଼ ଓ ଦ୍ବାରଫିଟା ନୀତି ହେବ । ତେବେ ୧ ଜାନୁଆରୀରେ ବାହାରକାଠରୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।