OUWJ ଗ୍ରୁପ ରାଇଘର ଶାଖାର ସଭାପତି ନିର୍ବାଚନ ସମ୍ପନ୍ନ…

newyr25


ଦେବିସିଂ କଲାର ସର୍ବସମ୍ମତିକ୍ରମେ ସଭାପତି ନିର୍ବାଚିତ


ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲା ଅଧୀନସ୍ଥ OUWJ ଗ୍ରୁପର ରାଇଘର ଶାଖାର ସଭାପତି ନିର୍ବାଚନ ଉଦ୍ଦେଶ୍ୟରେ ଆଜି ଏକ ସାଧାରଣ ବୈଠକ ସୁଚାରୁ ଭାବେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସଭାପତି ନରସିଂ ବାଘ ଜିଲ୍ଲା ସ୍ତରୀୟ ଉପ-ସଭାପତି ଭାବେ ନିର୍ବାଚିତ ହୋଇ ଜିଲ୍ଲାକୁ ଯାଇଥିବାରୁ ରାଇଘର ଶାଖାରେ ନୂତନ ସଭାପତି ନିର୍ବାଚନ ଆବଶ୍ୟକ ହୋଇପଡ଼ିଥିଲା।
ଆଜିର ବୈଠକରେ ସଭ୍ୟମାନଙ୍କ ସର୍ବସମ୍ମତିକ୍ରମେ ଦେବିସିଂ କଲାର ଙ୍କୁ OUWJ ଗ୍ରୁପ ରାଇଘର ଶାଖାର ନୂତନ ସଭାପତି ଭାବେ ନିର୍ବାଚିତ କରାଯାଇ ଦାୟିତ୍ୱଭାର ହସ୍ତାନ୍ତର କରାଯାଇଛି। ସେହିପରି ଲାଳଧର ଦୁର୍ଗା ଉପ-ସଭାପତି, ତପନ କୁମାର ଦାସ ସମ୍ପାଦକ ଏବଂ ରସିକ ସରକାର ବ୍ଲକ୍‌ ଏକ୍ସିକ୍ୟୁଟିଭ୍‌ ଭାବେ ନିର୍ବାଚିତ ହୋଇଛନ୍ତି।
ବୈଠକରେ ଉପସ୍ଥିତ ପୂର୍ବତନ ସଭାପତି ତଥା ଜିଲ୍ଲା ଉପ-ସଭାପତି ନରସିଂ ବାଘ ନୂତନ କର୍ମକର୍ତ୍ତାମାନଙ୍କୁ ନିଷ୍ଠା, ସତତା ଓ ଶୃଙ୍ଖଳାର ସହିତ ସଂଘର କାର୍ଯ୍ୟ ସମ୍ପାଦନ କରିବାକୁ ଆହ୍ୱାନ ଜଣାଇଥିଲେ। ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଇଘର ଓ ଆଶପାଶ ଅଞ୍ଚଳରେ OUWJ ଗ୍ରୁପର ସୁନାମ ଯେମିତି ଅଟୁଟ ରହିବ, ସେଥିପାଇଁ ସମସ୍ତ ସଭ୍ୟଙ୍କ ସହ ସୁ-ବ୍ୟବହାର ଓ ସହଯୋଗ ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ। ସଂଘ ମଧ୍ୟରେ ସୁ-ଶୃଙ୍ଖଳା ଓ ଏକତା ବଜାୟ ରଖିବା ପ୍ରତି ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।
ଶେଷରେ ବୈଠକ ପରିଚାଳନା କରୁଥିବା ବ୍ଲକ୍‌ ଏକ୍ସିକ୍ୟୁଟିଭ୍‌ ରସିକ ସରକାର ସମସ୍ତ ଉପସ୍ଥିତ ସଭ୍ୟ, କର୍ମକର୍ତ୍ତା ଓ ଅତିଥିମାନଙ୍କୁ ଧନ୍ୟବାଦ ଜ୍ଞାପନ କରି ବୈଠକର ସମାପ୍ତି ଘୋଷଣା କରିଥିଲେ।

Leave A Reply

Your email address will not be published.