ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର, ଘରୁ ଜବତ ହେଲା ୭୫ ଲକ୍ଷ ନଗଦ ଟଙ୍କା

newyr25

ବାରଙ୍ଗ : ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା । ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଅମାପ ସଂପତ୍ତି । ଘରୁ ଜବତ ହେଲାଣି ୭୫ ଲକ୍ଷ ନଗଦ କ୍ୟାସ । ଭିଜିଲାନ୍ସ ଯେତେ ଖୋଳୁଛି ସେତେ ବାହାରୁଛି । ପୁଳାପୁଳା ସୁନା ଗହଣା ଠାବ ହୋଇଛି । ୧୦୦ ଗ୍ରାମ ସୁନା ଗହଣା ବାହାରିଲାଣି । ବ୍ୟାଙ୍କ ଓ ପୋଷ୍ଟାଲ ଡିପୋଜିଟ୍ କେତେ ଅଛି, ତାର କଳନା ଚାଲିଛି । ବାବୁଙ୍କର ରହିଛି ୩ ବିଲ୍ଡିଂ, ୪ ଦାମୀ ପ୍ଲଟ।ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କର ଭୁବନେଶ୍ବର ବଡ଼ଗଡ଼ରେ ରହିଛି ଦୁଇଟି ବିଲ୍ଡିଂ । ଗୋଟିଏ ବଡ଼ଗଡ଼ ଗୋପାଳୁଣୀ ନଗର ଓ ଆଉ ଗୋଟିଏ ବରଗଡ଼ ବ୍ରିଟ କଲୋନିରେ ରହିଛି । ଉତ୍ତରାରେ ରହିଛି ଆଉ ଏକ ଫ୍ଲାଟ ।

ସେହିପରି ବିଭିନ୍ନ ସ୍ଥାନରେ ୪ଟି ଦାମୀ ପ୍ଲଟ ରହିଛି । ବାବୁଙ୍କର ଗୋଟିଏ ୪ ଚକିଆ ଗାଡ଼ି ଏବଂ ୪ଟି ଦୁଇ ଚକିଆ ଗାଡ଼ି ଅଛି । ଏବେ ବି ଜାରି ରହିଛି ରେଡ୍। ଯେତେ ଖୋଳିଲେ ସେତେ ବାହାରୁଛି । ଆୟ ବହୁର୍ଭୁତ ସଂପତ୍ତି ଠୁଳ ଅଭିଯୋଗ ୪ଟି ଠିକଣାରେ ଛାପା ମାରୁଛି ଭିଜିଲାନ୍ସ । ଭୁବନେଶ୍ବର, ଖୋର୍ଦ୍ଧା, ବାରଙ୍ଗ ସମେତ ୪ଟି ସ୍ଥାନରେ ରେଡ୍ ହେଉଛି । ବାରଙ୍ଗ ତହସିଲ ଅଫିସରେ ବି ଚାଲିଛି ଚଢ଼ାଉ । ୪ଜଣ DSP, ୭ ଜଣ ଇନ୍ସପେକ୍ଟର, ଜଣେ ସବ ଇନ୍ସପେକ୍ଟର, ଓ ୮ ଜଣ ASI ଚଢ଼ଉରେ ସାମିଲ ଅଛନ୍ତି ।

Leave A Reply

Your email address will not be published.