ମାଆବାପାଙ୍କ ଶୁଭ ମନାସି ନୟାଗଡ଼ରୁ ପୁରୀ ପର୍ଯ୍ୟନ୍ତ ଦଣ୍ଡ ଯାତ୍ରା

add-all

ନୟାଗଡ଼,୨୯/୧୨(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ଗୋପାଳପୁର ଅଞ୍ଚଳର ସ୍ଵପ୍ନେଶ୍ଵର ବରାଡ, ବୟସ ୨୨ ବର୍ଷ ନିଜର ଅଭିଭାବକ ଯଥା ମା ଏବଂ ବାପା ଙ୍କ ଶୁଭ ମନାସି ନୟାଗଡ଼ର ଆରାଧ୍ୟା ଦେବୀ ମା ଦକ୍ଷିଣକାଳୀଙ୍କ ପୀଠରୁ ଶ୍ରୀ ଜଗନ୍ନାଥ ଧାମ, ପୁରୀ ପର୍ଯ୍ୟନ୍ତ ଦଣ୍ଡ ଯାତ୍ରା ମାଧ୍ୟମରେ ଗତ ୨୨ ତାରିଖ ଦିନ ୧୧:୪୫ ମିନିଟ୍ ଠାରୁ ବାହାରିଛନ୍ତି, ଯେଉଁ ବୟସରେ ଛାତ୍ରୀ ଛାତ୍ର ମାନେ ମୋବାଇଲ୍ ଖେଳରେ ସମୟ ଅପଚୟ କରୁଛନ୍ତି । କିନ୍ତୁ ମାତ୍ର ୨୨ ବର୍ଷର ଜଣେ ଯୁବକ ପିତା ମାତାଙ୍କ ପାଇଁ କଷ୍ଟକର ଦଣ୍ଡ ଯାତ୍ରା କରୁଛନ୍ତି । ସ୍ଵପ୍ନେଶ୍ୱର ବରାଡଙ୍କ କହିବା ଅନୁଯାୟୀ ମାଆ ବାପାଙ୍କ ଠାରୁ ଏ ଦୁନିଆରେ ବଡ଼ କେହିବି ନାହାନ୍ତି । ଆଜି କାଲି ବୃଦ୍ଧ ମାତା ପିତାଙ୍କୁ ଅନେକ ବ୍ୟକ୍ତି ପରିଣତ ବୟସରେ ଜରାଶ୍ରମରେ ଛାଡି ଦେଉଥିବା ବେଳେ ସ୍ଵପ୍ନେଶ୍ୱର ବରାଡ,ମାତା ପିତାଙ୍କ ଠାରୁ କେହି ବଡ଼ ନୁହନ୍ତି ଭଳି ସୁନ୍ଦର ବାର୍ତ୍ତା ଟିଏ ସମାଜକୁ ଦେଇଛନ୍ତି। ତାଙ୍କର ଏହି କଷ୍ଟକର ଯାତ୍ରାକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ।

ad-week
Leave A Reply

Your email address will not be published.