ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ, ହାତୀ ଉପରେ ବସି ରଙ୍ଗମହଲରେ ପହଞ୍ଚିଲେ

newyr25

ବରଗଡ଼: ବରଗଡ଼ ଧନୁଯାତ୍ରା ଦେଖିବା ପାଇଁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବରଗଡ଼ର ବିକାଶ ପଡ଼ିଆରେ ଓହ୍ଲାଇଥିଲେ। ସେଠାରୁ ସେ ରାଜଦରବାର ଯାଇଥିଲେ। ମୁଖ୍ୟମନ୍ତ୍ରୀ ରାଜ ଅତିଥି ଭାବେ ହାତୀ ଉପରେ ବସି ରଙ୍ଗମହଲରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଭୁବନେଶ୍ବରରୁ ହେଲିକେପଟର ଯୋଗେ ବରାହଗୋଡା ସ୍ଥିତ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ପହଞ୍ଚିବା ପରେ ସନ୍ଧ୍ୟାରେ ମହାରାଜ କଂସଙ୍କ ରଙ୍ଗମହଲରେ ପହଞ୍ଚିଛନ୍ତି|  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପୋଲିସ ପକ୍ଷରୁ ତ୍ରିରସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି  ।  ସମ୍ବଲପୁର ଆଇଜି ହିମାଂଶୁ ଲାଲ ଏବଂ ବରଗଡ଼ ଏସପି ପ୍ରହଲ୍ଲାଦ ସହାଇ ମିନାଙ୍କ ନେତୃତ୍ୱରେ ୩୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି  ।  ୪ଜଣ ଏଏସପି, ୮ଜଣ ଡିଏସପି, ୧୫ଜଣ ଇନ୍ସପେକ୍ଟର, ୬୫ଜଣ ଏସଆଇଙ୍କ ସମେତ ୨୨ଜଣ ଏଏସଆଇ ମଧ୍ଯ ନିୟୋଜିତ ହୋଇଛନ୍ତି  l  ସେହିପରି ଏକ୍ସ ଆର୍ମି, ଡିଭିଏଫ ମଧ୍ୟ ମୁତୟନ ଅଛନ୍ତି  ।

Leave A Reply

Your email address will not be published.