ପ୍ରସାଦ ସେବନ କରି ୫୦ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

add-all

ରାଜଗଡ: ରାଜଗଡ ଜିଲାରେ ଏକ ଧାର୍ମିକସ୍ଥଳରେ ଆୟୋଜିତ ପ୍ରସାଦ ସେବନ ପରେ ୫୦ରୁ ଅଧିକ ଲୋକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୋମବାର ରାତିରେ ରାଜଗଡ ଜିଲା ଖିଲଚିପୁର ଥାନା ଅନ୍ତର୍ଗତ ଗାଦିୟା ଲୁହାର ଗାଁରେ ଆୟୋଜିତ ଏକ ଧାର୍ମିକ ସଭାରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଭୋଜନ କରିବା ପରେ ଫୁଡ୍ ପଏଜନ ହୋଇଥିବା ଜଣାପଡିଥିଲା। ସମସ୍ତେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପଟେ ଖିଲଚିପୁର ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ବିଶାଳ ସିସୋଦିଆଙ୍କ ସୂଚନା ଅନୁସାରେ ସମସ୍ତେ ପେଟ ଯନ୍ତ୍ରଣା ଅଭିଯୋଗ ନେଇ ଆସିଥିଲେ। ପଚାରିବା ପରେ ସମସ୍ତେ ଗୋଟିଏ ସ୍ଥାନରେ ଭୋଜନ ଗ୍ରହଣ କରିଥିବା କହିଥିଲେ। ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିବା ଡାକ୍ତର କହିଛନ୍ତି।

ad-week
Leave A Reply

Your email address will not be published.