ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲା ପିଇଓ ଜିତେନ୍ଦ୍ର ଜେନା

newyr25

କେନ୍ଦୁଝର: ଗିରଫ ହେଲା କରିତକର୍ମା ପିଇଓ । କେନ୍ଦୁଝର ଜିଲ୍ଲା ହାଟଡିହିର ବଞ୍ଚୋ ପିଇଓ ଜିତେନ୍ଦ୍ର କୁମାର ଜେନା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ବିଭିନ୍ନ ବ୍ୟାଙ୍କ ଓ ଇନସ୍ୟୁରାନ୍ସରେ ତାଙ୍କର ୩୪ ଲକ୍ଷ ଟଙ୍କା ଥିବା ଜଣାପଡିଛି । ବଞ୍ଚୋ ପିଇଓ ଜିତେନ୍ଦ୍ର ଜେନାଙ୍କର ୬ ଦାମୀ ପ୍ଲଟ, ତିନିମହଲା ଘର ଓ ମାର୍କେଟ କମ୍ପ୍ଲେକ୍ସ ରହିଛି । ହାଟଡିହିର ବିରଞ୍ଚିପୁରରେ ରହିଛି ତିନି ମହଲା କୋଠା । ବସନ୍ତିଆ ବଜାରରେ ୫ ହଜାର ବର୍ଗଫୁଟରେ ଦିତାଲା ମାର୍କେଟ କଂପ୍ଲେକ୍ସ ।

ଏଠାରେ ମଧ୍ୟ ତାଙ୍କର ଦୁଇଟି ଗୋଦାମ ଭଡ଼ାରେ ଲାଗିଛି । ବିଦ୍ୟାଧରପୁରରେ ରହିଛି ଗୋଟିଏ ଇଲେକ୍ଟ୍ରୋନିକ୍ସ ସପ । ଘରେ ରେଡ ବେଳେ ମିଳିଛି ଶହେ ଗ୍ରାମର ସୁନା ଅଳଙ୍କାର । ଜିତେନ୍ଦ୍ର କୁମାର ଜେନା ୧୯୯୫ରେ ହଦଗଡ଼ ପଞ୍ଚାୟତ ସଂପାଦକ ଭାବେ ଚାକିରି ଆରମ୍ଭ କରିଥିଲେ । ସେତେବେଳେ ତାଙ୍କୁ ମାସିକ ୨୨ଶହ ଟଙ୍କା ଦରମା ମିଳୁଥିଲା । ୨୦୦୯ରେ ତାଙ୍କୁ ପିଇଓ ପଦକୁ ପଦୋନ୍ନତି ମିଳିଥିଲା । ଏବେ କିନ୍ତୁ ନିଜ ଆୟଠୁ ବହୁ ଗୁଣ ଅଧିକ ସଂପତ୍ତି କମାଇଛନ୍ତି । ହେଲେ ଏସବୁ ସଂପତ୍ତି କେମିତି କମାଇଲେ ତାର କୌଣସି ସନ୍ତୋଷଜନକ ଉତ୍ତର ପିଇଓ ଜିତେନ୍ଦ୍ର ଜେନା ଭିଜିଲାନସକୁ ଦେଇପାରିନଥିଲେ ।

Leave A Reply

Your email address will not be published.