
ହରଭଙ୍ଗା : ବୌଦ୍ଧ ଜିଲାରେ ଖରିଫ ଧାନ କ୍ରୟ ଆରମ୍ଭରୁ କେଁ ଦେଖିବାକୁ ମିଳିଛି । ଧାନକ୍ରୟ ରେ ଅନିୟମିତତା ଅଭିଯୋଗ ଆଣି ରାସ୍ତାରୋକ କରିଛନ୍ତି ଚାଷୀ । ସୂଚନା ଅନୁସାରେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବାଣିଭଷଣପୁର ପଞ୍ଚାୟତର କରଞ୍ଜକଟା ପ୍ୟାକ୍ସରେ ଧାନକ୍ରୟ ଶୁଭାରମ୍ଭ ହୋଇଥିଲା । ଜରି ଅଖାରେ ଧାନ କ୍ରୟକୁ ପ୍ୟାକ୍ସ କତୃପକ୍ଷ ବାରଣ କରିଥିଲେ । ଯାହାକୁ ନେଇ ଧାନ ବିକ୍ରୟ ପାଇଁ ଆସିଥିବା ଚାଷୀ ଚାରିଛକ-ଛତ୍ରଙ୍ଗ ରାସ୍ତାରେ ଧାନବସ୍ତା ରଖି ରାସ୍ତାରୋକ କରି ପ୍ରତିବାଦ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ହରଭଙ୍ଗା ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶନ ଧଳ ଏବଂ ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ ।
ଘଟଣାରେ ଚାଷୀମାନେ ଅଭିଯୋଗ ଆଣିଥିଲେ ଯେ, ଜରିବସ୍ତାରେ ଧାନ କ୍ରୟ କରାନଯିବା ସମ୍ପର୍କରେ ଚାଷୀଙ୍କୁ ଆଗୁଆ ସୂଚନା ଦିଆଯାଇନାହିଁ । ଏପରିକି ଚାଷୀମାନଙ୍କୁ ଧାନ କ୍ରୟ ପାଇଁ ଗନି ବ୍ୟାଗ ମଧ୍ୟ ଦିଆଯାଇନଥିବା ଅଭିଯୋଗ କରିଥିଲେ ।