ସୁଡଙ୍ଗ ଭିତରେ ଟ୍ରେନ ଦୁର୍ଘଟଣା : ୬୫ ଯାତ୍ରୀ ଆହତ

newyr25

ଉତ୍ତରାଖଣ୍ଡର: ଉତ୍ତରାଖଣ୍ଡରରେ ସୁଡ଼ଙ୍ଗରେ ଦୁଇଟି ପ୍ରକଳ୍ପରେ ନିୟୋଜିତ ରେଳଗାଡ଼ି ମଧ୍ୟରେ ଧକ୍କା ହୋଇଛି । ଫଳରେ ୬୫ଜଣ ଆହତ ହୋଇଛନ୍ତି । ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ପିପାଲକୋଟୀ ଅଞ୍ଚଳ ତେହରି ଜଳବିଦ୍ୟୁତ୍ ଉନ୍ନୟନ ନିଗମ (THDC) ଜଳବିଦ୍ୟୁତ୍ ପ୍ରକଳ୍ପ ସୁଡଙ୍ଗରେ ଦୁଇଟି କାର୍ଯ୍ୟରତ ରେଳଗାଡ଼ି ଧକ୍କା ହୋଇଛି । ଫଳରେ ୬୫ ଜଣ ଶ୍ରମିକ ଆହତ ହୋଇଛନ୍ତି । ରାତି ପ୍ରାୟ ୮.୩୦ ସମୟରେ ୪.୫ କିଲୋମିଟର ଲମ୍ବା ସୁଡଙ୍ଗ ଭିତରେ ଏହି ଦୁର୍ଘଟଣା ଘଟିଥିଲା । ଶ୍ରମିକ ଏବଂ ନିର୍ମାଣ ସାମଗ୍ରୀ ପରିବହନ ପାଇଁ ବ୍ୟବହୃତ ଗୋଟିଏ ରେଳଗାଡ଼ି ଫେରିବା ବେଳେ ସମାନ ରେଳଧାରଣାରେ ଠିଆ ହୋଇଥିବା ଅନ୍ୟଏକ ରେଳଗାଡି ସହିତ ଧକ୍କା ହୋଇଥିଲା । ଦୁଇଟି ରେଳଗାଡିରେ ପ୍ରାୟ ୧୦୮ ଜଣ ଶ୍ରମିକ ଯାତ୍ରା କରୁଥିଲେ । ଧକ୍କା ପରେ ଦୁଇଟି ବଗି ଧାରଣାଚ୍ୟୁତ ହୋଇଥିଲା । ଯାହା ସୁଡଙ୍ଗ ଭିତରେ ଆତଙ୍କ ସୃଷ୍ଟି କରିଥିଲା । ସୁଡଙ୍ଗ ମଧ୍ୟରୁ ଏକାଥରେ ବିରାଟ ଚିତ୍କାର ଶବ୍ଦ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା ।

ସମସ୍ତ ଆହତ ମାନଙ୍କୁ ଗୋପେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ସମସ୍ତ ଆହତ ଶ୍ରମିକଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ରହିଛି । ଦୁର୍ଘଟଣା ପରେ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.