ଆସିକା ଅଞ୍ଚଳ ରେ ଥିବା ବେଆଇନ ବାଲି ଘାଟ ବନ୍ଦ କରିବାକୁ ପ୍ରଶାସନ ର ଏତେ ଭୟ କାହାକୁ ….!

କୁଆଡେ ଗଲା ମନ୍ତ୍ରୀଙ୍କ ବାହୁସ୍ପଟ…

newyr25

ନା ପ୍ରଶାସନ ଓ ବାଲି ମାଫିଆ ଙ୍କ ମଧ୍ୟରେ ହୋଇଛି ଫିକ୍ସଙ୍ଗ..!


ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ମାଳ ମାଳ ବେଆଇନ ବାଲି ଘାଟ ଚାଲିଛି। ବହୁ ଚର୍ଚ୍ଚିତ ବେଆଇନ କେନ୍ଦୁପଦର ବାଲି ଘାଟ ଜୁନିଅ ମାଇନିଙ୍ଗ ଅଫିସର ନିଲମ୍ବିତ ପରେ ବି ଚାଲୁ ରହିଛି। ସେହି ଭଳି ଆଲିପୁର ପଥରା ବେଆଇନ ବାଲି ଘାଟରୁ ବାଲି ମାଫିଆ ମାନେ ଟ୍ରାକ୍ଟର ଯୋଗେ ସମୟ ବଦଳେଇ ରାତ୍ର ୧୨ ଘଣ୍ଟା ଠାରୁ ଭୋର ୫ ଟା ଯାଏଁ ସହ ସହ ଟ୍ରାକ୍ଟର ରେ ଚୋରାରେ ବାଲି ଚାଲାଣ କରୁଛନ୍ତି। ପଥରା ବେଆଇନ ବାଲି ଘାଟରେ ପୋଲିସ ପକ୍ଷରୁ ଦିନରେ ପେଟ୍ରୋଲିଙ୍ଗ ହେଉଥିବା ଯୋଗୁଁ ଟ୍ରାକ୍ଟର ମାଫିଆ ମାନେ ମଧ୍ୟ ରାତ୍ରରେ ଚୋରା ବାଲି ଚାଲାଣ କରୁଥିବା ଜଣାପଡିଛି। ରାଜସ୍ୱ, ଖଣି ଓ ପୋଲିସ ର କିଛି କର୍ମଚାରୀ ମାନଙ୍କୁ ହାତ ବାରିସୀ କରି ମାଫିଆ ମାନେ ପାଳି ପାଳି କରି ପଥରା ବେଆଇନ ବାଲି ଘାଟରୁ ଚୋରା ବାଲି ନେଉଛନ୍ତି। ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଲଘୁ ଖଣିଜ ଦ୍ରବ୍ୟ ସର୍ବାଧିକ ଚୋରା ଚାଲାଣ ହେବାର ରେକର୍ଡ ସୃଷ୍ଟି କରିଛିବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ରାଜସ୍ୱ ଓ ଖଣି ବିଭାଗ କୋମାରେ ଥିବା ଭଳି ମନେ ହେଉଛି। କିଛି ରାଜସ୍ବ ନିରୀକ୍ଷକ ମାନେ ବଡ଼ ବାବୁ ମାନଙ୍କ ନାଁ ରେ ଯାନବାହାନ ଧରପଗଡ଼ କରି ମୋଟା ଅଙ୍କ ଆଦାୟ କରି ଗାଡ଼ି ଗୁଡିକୁ ଛାଡ଼ି ଦେଉଥିବା ଦେଖିବାକୁ ମିଳୁଛି। ବେଆଇନ କେନ୍ଦୁପଦର ବାଲି ଘାଟରୁ ଡିସେମ୍ବର ମାସରେ ହାଇୱା ଓ ଜେସିବି ଜବତ କରିବା ପରେ ବିନା ଜରିମାନା ରେ ଛାଡ଼ିଦେବା ଘଟଣା କୁ ନେଇ ଜୁନିଅର ମାଇନିଙ୍ଗ ଅଫିସର ନିଲମ୍ବିତ ହେବା ପରେ ବି ଅଦୃଶ୍ୟ ଶକ୍ତିର ଚାପ ରେ ଏବେ ବି ଏହି ଘାଟ ଚାଲିଛି। ଜିଲ୍ଲାରେ ବିଭାଗୀୟ ମନ୍ତ୍ରୀ ଥାଇବି ଆସିକା ଅଞ୍ଚଳ ରେ ରେକର୍ଡ ପରିମାଣରେ ଚୋରା ଲଘୁଜ ଖଣିଜ ଦ୍ରବ୍ୟ ଲୁଟ ହେଉଛି। ମନେ ହେଉଛି ପ୍ରଶାସନ ଏବଂ ମାଫିଆ ମାନଙ୍କ ମଧ୍ୟରେ କିଛି ସଲା ସୁତରା ହୋଇଛି ଜେମେତି ମନେ ହେଉଛି ପୋଲିସ ମୁକ.., ରାଜସ୍ବ ଓ ଖଣି ବିଭାଗ ବଧିର ଏବଂ ଜିଲ୍ଲା ପ୍ରଶାସନ ଅନ୍ଧ ପାଲଟି ଯାଇଛି l ସୂଚନା ଥାଉକି ଏପରି ବେନାମୀ ବାଲୁ ଘାଟ ପାଇଁ ଆଗାମୀ ଦିନରେ ମୁଣ୍ଡ ଗଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି l କେବଳ ଖାଲି ସମୟକୁ ଅପେକ୍ଷା l ପ୍ରଶାସନ ଏପରି ବେଆଇନ ବାଲୁଘାଟ ଉପରେ ଚଢ଼ାଉ କରିବାକୁ ଭୟ କରୁଛି କାହିଁକି..? ଦିନକୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ସରକାର ଙ୍କ କ୍ଷତି ହେଉଛି କିନ୍ତୁ ବଦଳ ରେ ବାବୁ ମାନଙ୍କ ରାଜସ୍ବ ବଢ଼ିବାରେ ଲାଗିଛି ତଥାପି ତାଜ୍ୟ ସରକାର ଚୁପ ବସିଛି l ଜିଲ୍ଲା ରେ ଖଣି ମନ୍ତ୍ରୀ ତଥାପି ଏପରି ତେବେ ରାଜ୍ୟ କଥା ନକହିବା ଭଲ l ଆଗାମୀ ନିର୍ବାଚନ ପାଇଁ ପାଣ୍ଠି ଯୋଗାଡ଼ ବୋଧେ ଖଣି ମନ୍ତ୍ରୀ ଙ୍କୁ ଦାୟିତ୍ୱ ଦିଆ ଯାଇଛି ତେଣୁ ସବୁ ନୀରବ l

Leave A Reply

Your email address will not be published.