ଭୀଷଣ ଜାଡ ସାଙ୍ଗକୁ ଘନ କୁହୁଡ଼ିରେ ଜନଜୀବନ ଅସ୍ତବ୍ୟସ୍ତ

newyr25

ନୟାଗଡ଼ (ନିସର୍ତ୍ତ) : ରାଜ୍ୟରେ ଜାରି ରହିଛି ଭୀଷଣ ଶୀତର ପ୍ରକୋପ। ତଳ ମୁହାଁ ପାରଦ ପାଇଁ ଭୀଷଣ ଜାଡ଼କୁ ସାଉଁଟୁଛି ଗାଁ ଠାରୁ ସହର, ଯେଉଁଥିରୁ ବାଦ୍ ପଡ଼ିନି ନୟାଗଡ଼। ଜଙ୍ଗଲ ପାହାଡ଼ ଘେରା ନୟାଗଡ଼ ଭୀଷଣ ଥଣ୍ଡା କାକରରୁ ବାଦ୍ ପଡିନି। ଏହି ଶୀତୁଆ ସକାଳରେ ଚା ଖଟିରେ ଆସର ଜମାଉଛନ୍ତି ପ୍ରତ୍ୟେକ ବର୍ଗର ବ୍ୟକ୍ତି ବିଶେଷ। ଟୋପା ଟୋପା କାକର ସହ ଘନ କୁହୁଡ଼ିର ଚାଦରରେ ଘୋଡେ଼ଇ ହୋଇଛି ପ୍ରକୃତି ରାଣୀ। ଏହି ସକାଳର ଶୀତରେ ଶରୀରକୁ ଫିଟ୍ ରଖିବା ପାଇଁ କିଏ ମର୍ଣିଂଙ୍ଗ ୱାକ୍ କରିଥାଏ ତ କିଏ ଏକ୍ସର୍ସାଇଜ୍ ଆଉ କିଏ ଯୋଗ ଓ ପ୍ରାଣାୟାମ। କିନ୍ତୁ ଏହି ଶୀତ ସମସ୍ତଙ୍କ ପାଇଁ ସମାନ ନୁହେଁ, କାହା ପାଇଁ ଶୀତର ପହିଲି କିରଣ ଖୁସିର ସମ୍ଭାର ନେ଼ଇ ଆସିଥାଏ ତ, ଆଉ କାହା ପାଇଁ ଦୁଃଖର ବୋଝ। ଗରୀବଟିଏ ପାଇଁ କିଅବା ଶୀତ କିଅବା ବସନ୍ତ, ଶୀତକୁ ଖାତିର ନକରି ପେଟ ପାଟଣା ପାଇଁ ଥରଥର ଥଣ୍ଡାରେ ଥରିଥରି ବାହାରକୁ ବାହାରିବାକୁ ପଡ଼ିଥାଏ । ଦିନ ଯାଇ ସଞ୍ଜ ନଇଁବା କ୍ଷଣି ମାଡ଼ି ଆସୁଛି ଶୀତର ପ୍ରକୋପ,ଯାହାକୁ ନୟାଗଡ଼ବାସୀ ବେଶ୍ ଅନୁଭବୀ। ବୃଦ୍ଧ ଠାରୁ ପିଲା ସଭିଏଁ ଏବେ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତି। ଏପରିକି ଭୀଷଣ ଜାଡ ସାଙ୍ଗକୁ ସକାଳ ଦିନ ୧୨ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଯୋଗୁଁ ହଇରାଣ ଓ ହନ୍ତସନ୍ତ ହେଉଛନ୍ତି ଜନସାଧାରଣ। ଏ ସବୁ ପରେ ବି ପ୍ରକୃତି ଅବର୍ଣ୍ଣନୀୟ ।

Leave A Reply

Your email address will not be published.