ମୁଖ୍ୟମନ୍ତ୍ରୀଙ୍କ ଫର୍ମାନ ଫିକା ପଡ଼ିଲା : ଡ଼ାଇରୀ ସାଙ୍ଗକୁ ମାଳମାଳ ଖାମ୍ ଭର୍ତ୍ତି ଲଫାଫା ନେତାଙ୍କ ନିକଟରେ ବାବୁ ମାନଙ୍କ ଲମ୍ବା ଧାଡ଼ି….!

newyr25

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀଙ୍କ ଫର୍ମାନ ଗଞ୍ଜାମ ଜିଲ୍ଲାରେ ଫିକା ପଡିଯାଇଛି। ଫୁଲ ତୋଡ଼ା ଦେବାକୁ ମନା ଥିବା ବେଳେ ଜିଲ୍ଲାର ବାବୁ ମାନେ ଡ଼ାଇରୀ ସାଙ୍ଗରେ ଲଫାଫା ଧରି ନେତାଙ୍କ ଗୃହକୁ ଛୁଟୁ ଥିବାର ଲକ୍ଷ କରାଯାଇଛି। କେଉଁ ମାଫିଆ କିଛି ନେତା ଡ଼ାଇରୀ ରେ ସନ୍ତୁଷ୍ଟ ଥିବା ବେଳେ କିଛି ନେତା ଡ଼ାଇରୀ ସାଙ୍ଗରେ ଦକ୍ଷିଣା ଥିବା ଲଫାଫା ଆଣିବା ପାଇଁ ବାବୁ ମାନଙ୍କୁ କୁଜି ନେତାଙ୍କ ଜରିଆରେ ନିର୍ଦେଶ ଦିଆଯାଇଥିବା ନେତାଙ୍କ ଘର ବାହାରେ ଚର୍ଚ୍ଚା ହେଉଛି। ଲଫାଫା ପାଇଥିବା ନେତା ମାନେ ଆଜି ଖୁଷ ମିଜାଜ ରେ ଥିବା ଲକ୍ଷ କରାଯାଇଛି। ନେତାଙ୍କ ପାଇଁ ନୂଆ ବର୍ଷ ମାର୍ଚ୍ଚ ମାସ ଦଶହରା ଭଳି ପର୍ବ ପୁଷ ମାସ ପାଲଟିଛି। ଠିକ ଏକା ଅବସ୍ଥା ବାବୁ ମାନଙ୍କ ପାଖରେ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାପାଳ ଫୁଲ ତୋଡ଼ା ଏବଂ ଉପହାର କୁ କଡା ବାରଣ କରିଛନ୍ତି କିନ୍ତୁ ମାଫିଆ ମାନଙ୍କ ଲମ୍ବା ଧାଡି ସରକାରୀ କାର୍ଯ୍ୟାଳୟ ରେ ବି ଦେଖିବାକୁ ମିଳିଛି l ମୁଖ୍ୟ ମନ୍ତ୍ରୀ ଓ ଜିଲ୍ଲାପାଳ ଙ୍କ ଫର୍ମାନ ଧୂଆଁ ବାଣ ଓ କେବଳ ବାହୁସ୍ପଟ ବୋଲି ସାଧାରଣ ରେ ଏବେ ଚର୍ଚ୍ଚା l ଥାନା ଠାରୁ ଜିଲ୍ଲା ରେ ଥିବା ପ୍ରାୟ ସମସ୍ତ ଅଫିସ ରେ ମାଫିଆ ଏବଂ କଳା ବଜାରୀଙ୍କ ଭିଡ଼ ଦେଖିବାକୁ ମିଳିଛି l ଯେମିତି କି ମନ୍ଦିର ରେ ବି ଭଗବାନଙ୍କୁ ନୂତନ ବର୍ଷରେ ଦର୍ଶନ ଭିଡ଼ ଫିକା ପଡିଛି l କେଉଁ ମାଫିଆ, କେତେ ବଡ଼ ଖାମ ଦେଇଛି ତାହାର ପଲ୍ଲା ସେତେ ଭାରି ବୋଲି ଖଟିରେ ଚର୍ଚ୍ଚା l

Leave A Reply

Your email address will not be published.