
ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ଏକାଧିକ ଦୋକାନ । ଅଗ୍ନିକାଣ୍ଡ ଯୋଗୁଁ ସହରରେ ଚକ ଅଖ ଜାମ୍।
ବ୍ରହ୍ମପୁର ସହରା ଫାଷ୍ଟଗେଟ ସ୍ଥିତ ଧୋବାବନ୍ଧ ଭେଣ୍ଡିଂଜୋନରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି । ଫଳରେ ୫ରୁ ଅଧିକ ଦୋକାନ ଜଳି ଯାଇଛି । ବ୍ରହ୍ମପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଭେଣ୍ଡିଂଜୋନରେ ଥିବା ପରିବା ଦୋକାନ, ଡ୍ରେସ ଦୋକାନ, ଓଲ୍ଡିଂ ଦୋକାନରେ ନିଆଁ ଲାଗିଥିବା ପ୍ରାଥମିକ ଭାବେ ଜଣା ପଡ଼ିଛି । ଅଗ୍ନିକାଣ୍ଡ ଯୋଗୁ ବ୍ରହ୍ମପୁର ପ୍ରବେଶ ପଥରେ ଥିବା ଫାଷ୍ଟଗେଟ ଏବଂ ହରିଡ଼ାଖଣ୍ଡି ଛକରେ ଟ୍ରାଫିକ ଜାମ ହୋଇଥିଲା ବ୍ରହ୍ମପୁର-ଆସିକା ୫୯ନଂ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେହିପରି ଦିଗପହଣ୍ଡି – ବ୍ରହ୍ମପୁର ରାସ୍ତାରେ ମଧ୍ୟ ଯାତାୟତରେ ବାଧା ଉପୁଜିଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।