ବସ-ବାଇକ ମୁହାଁମୁହିଁ ଧକ୍କା , ୩ ମୃତ

newyr25

ରାଇରଙ୍ଗପୁର : ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ୨୨୦ ନମ୍ୱର ଜାତୀୟ ରାଜପଥ ରାନିବନ୍ଧ ନିକଟରେ ଏକ ଯାତ୍ରୀବାହୀ ବସ ସହ ବାଇକର ମୁହାଁମୁହିଁ ଧକ୍କା । ୩ ଜଣ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି  । ବସଟି ରାଇରଙ୍ଗପୁର ରୁ କେନ୍ଦୁଝର ଅଭିମୁଖେ ଯାଉଥିଲା ।

ଘଟଣାସ୍ଥଳରୁ ୨ ମୃତକଙ୍କୁ ରାଇରଙ୍ଗପୁର ଡାକ୍ତର ଖାନାକୁ ନେଇଯାଇଥିବା ବେଳେ ଅନ୍ୟଜଣେ ବସ ତଳେ ଚାପି ହୋଇରହିଛନ୍ତି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ୨୨୦ ନଂ ଜାତୀୟ ରାଜପଥ ଅବରାଧ କରିଛନ୍ତି ଉତ୍ୟକ୍ତ ଲୋକେ । ଉତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାସୁଝା କରୁଛି ।

Leave A Reply

Your email address will not be published.