ଭିଜିଲାନ୍ସ ଜାଲରେ ପୂର୍ବତନ ଫରେଷ୍ଟର ଜୟ କୁମାର ଯୁଆଡ

newyr25

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଆଉ ଜଣେ ଜଙ୍ଗଲ ବାବୁ ।  ଦକ୍ଷିଣ ବନଖଣ୍ଡ ଥୁଆମୁଳ ରାମପୁର ପୂର୍ବତନ ଫରେଷ୍ଟର ଜୟ କୁମାର ଯୁଆଡ ଗିରଫ ।  ୫୫ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ୨୦୨୪-୨୫ ବର୍ଷ ମଧ୍ୟରେ କାମ୍ପା ଏବଂ ସିଏ / ସିପିଏ ଯୋଜନା ପାଣ୍ଠିରେ ହେରଫେର କରିଥିବା ଅଭିଯୋଗ ଥିଲା ।

ଦକ୍ଷିଣ ବନଖଣ୍ଡ ଥୁଆମୁଲ ରେଞ୍ଜ ର ପୋଖରିଗୁଡ଼ା ନଣ୍ଡା ପାହାଡ଼ ରେ ୫୦ ହେକ୍ଟର , ଉପରଝାପିରେ ୫୦ ହେକ୍ଟର ଏବଂ କୁମଜୋର ରେ ୩୦ ହେକ୍ଟର ଜମିରେ ବୃକ୍ଷ ରୋପଣ ହେବାର ଥିଲା ।  ମିଥ୍ୟା ମଷ୍ଟର ରୋଲ୍ ପ୍ରସ୍ତୁତ କରି ବିପୁଳ ଅର୍ଥ ଅପବ୍ୟବହାର କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିଲା ।  ବର୍ତ୍ତମାନ ସେ ବିଶ୍ଵନାଥପୁର ରେଞ୍ଜ ର ମୂଷାନାଲ ସେକ୍ସନ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ଦାୟିତ୍ୱରେ ଅଛନ୍ତି ।  ଆଜି ତାଙ୍କୁ ସେକ୍ସନ ଅଫିସରୁ ଉଠାଇ ଆଣିଛି ଭିଜିଲାନ୍ସ  ।

Leave A Reply

Your email address will not be published.