
ନୟାଗଡ଼: ନୟାଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟି (ବିଜେପି) ଜିଲ୍ଲା କାର୍ଯ୍ୟାଳୟର କୋଷାଧ୍ୟକ୍ଷ ଭାବେ ବଳେଶ୍ୱର ପାତ୍ର ପୁନର୍ବାର ନିଯୁକ୍ତି ପାଇଛନ୍ତି । ଭାରତୀୟ ଜନତା ପାର୍ଟି ବଳେଶ୍ୱରଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରଖି ପୁନର୍ବାର କୋଷାଧ୍ୟକ୍ଷ ଭାବେ ନିଯୁକ୍ତିକୁ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା, ଦଶପଲ୍ଲା, ରଣପୁର ଏବଂ ନୟାଗଡ଼ ବିଧାନ ମଣ୍ଡଳର ବିଜେପି ସମର୍ଥକ ଏବଂ ନେତୃସ୍ଥାନୀୟ ବ୍ୟକ୍ତି ସେମାନଙ୍କ ବିଶେଷ ସମର୍ଥନ ସହିତ ଶୁଭେଚ୍ଛା ଜଣାଇଛନ୍ତି ।ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତରେ ବଳେଶ୍ୱରଙ୍କ ଘର । ସେ ଦୀର୍ଘଦିନ ଧରି ବିଦେଶରେ କାର୍ଯ୍ୟରତ ଥିବା ବେଳେ ରାଷ୍ଟ୍ରଭକ୍ତି ଯୋଗୁଁ ନିଜ ଜନ୍ମମାଟିକୁ ଫେରି ଆସିଥିଲେ । ଓଡ଼ଗାଁ ଏନଏସି ର ବିକାଶ ପାଇଁ ସବୁବେଳେ ଉଦ୍ୟମ କରୁଥିବା ବଳେଶ୍ୱର ଆଗକୁ ଓଡ଼ଗାଁ ଏନଏସି ସହିତ ଓଡ଼ଗାଁ ବ୍ଲକର ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି ।