ପ୍ରତି ଘରେ ଲାଗିବ ସ୍ମାର୍ଟ ମିଟର, କ୍ୟାବିନେଟ୍ ନିଷ୍ପତ୍ତି ପରେ ଆସିଲା ଶକ୍ତି ବିଭାଗର ଗାଇଡ୍‌ଲାଇନ୍

add-all

ଭୁବନେଶ୍ୱର: ଲୋକଙ୍କ ଘରେ ସ୍ମାର୍ଟ ମିଟର ଲଗାଇବେ ସରକାର। କ୍ୟାବିନେଟ ନିଷ୍ପତ୍ତି ପରେ ଗାଇଡଲାଇନ ଆଣିଲା ଶକ୍ତି ବିଭାଗ। ଏନେଇ ରାଜ୍ୟ ସରକାର ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨ କିଲୋ ୱାଟ ପର୍ଯ୍ୟନ୍ତ ଥିବା ୮ ଲକ୍ଷ ୭୫ ହଜାର ମିଟରକୁ ବଦଳାଇ ସ୍ମାର୍ଟ ମିଟର ଲଗାଯିବ।

ଏହି ବାବଦକୁ ଖର୍ଚ୍ଚ ହେବ ୩୪୦ କୋଟି ଟଙ୍କା। ସେହିପରି ୨ ଲକ୍ଷ ୭୮ ହଜାର ୧୦୦ ଉପଭୋକ୍ତା ନୂଆ ସଂଯୋଗରେ ସ୍ମାର୍ଟ ମିଟର ଲଗେଇବା ପାଇଁ ୮୮ କୋଟି ଟଙ୍କା ଖର୍ଚ୍ଚ ହେବ। ମାର୍ଚ୍ଚ ୨୦୨୫ ପୂର୍ବରୁ ସ୍ମାର୍ଟ ମିଟର ଲଗାଇ ସାରିଥିବା ଉପଭୋକ୍ତାଙ୍କୁ ମିଟର ଭଡା ବାବଦକୁ ୩୦୭ କୋଟି ଟଙ୍କା ବହନ କରିବେ ସରକାର। ତେବେ ସ୍ମାର୍ଟ ମିଟର ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ ରହିବ ଏବଂ ସମ୍ପୃକ୍ତ DISCOM ଦ୍ୱାରା ପରିଚାଳିତ ଏବଂ ରକ୍ଷଣାବେକ୍ଷଣ କରାଯିବ ବୋଲି ସୂଚନା ମିଳିଛି।

ad-week
Leave A Reply

Your email address will not be published.