୭ଟି ନୂଆ ମ୍ୟୁନିସିପାଲିଟି ଓ ୨୮ ଏନଏସି ପାଇଁ ବିଜ୍ଞପ୍ତି ଜାରି

newyr25

ଭୁବନେଶ୍ୱର : ୭ଟି ନୂଆ ପୌରପାଳିକା ଓ ୨୮ ନୂଆ ଏନଏସି ପାଇଁ ବିଜ୍ଞପ୍ତି ଜାରି ।  ନୂଆ ଏନଏସି ପାଇଁ ସମସ୍ତ ବିଡ଼ିଓ ମାନଙ୍କୁ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ବ ହସ୍ତାନ୍ତର ହୋଇଛି। ସବୁ ଏନଏସିର ନୂତନ କାର୍ଯ୍ୟାଳୟ ପାଇଁ ୬କୋଟି, ରାସ୍ତା ପାଇଁ ୫୦ଲକ୍ଷ ଓ ଲାଇଟ ପାଇଁ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଏନଏସି ରୁ ଉନ୍ନୀତ ହୋଇଥିବା ୭ଟି ମ୍ୟୁନିସିପାଲିଟି ପାଇଁ ମଧ୍ୟ ଅର୍ଥ ଦିଆଯାଇଛି। ସାନିଟେସନ, ଅଲୋକୀକରଣ ଭଳି ବିଭିନ୍ନ କାମ ପାଇଁ ଦେଢ଼ କୋଟି ଲେଖାଏଁ ପ୍ରଦାନ କରାଯାଇଛି ।  ପୁରୀକୁ ମହାନଗର ନିଗମ ମାନ୍ୟତା ମିଳିଛି। ପୁରୀକୁ ଅନ୍ତର୍ଜାତୀୟ ସହର କରିବାକୁ ଲକ୍ଷ୍ୟ ଅଛି ।  ନିକଟସ୍ଥ ବିଭିନ୍ନ ଅଞ୍ଚଳ ମିଶାଇକି କଳେବର ବଢ଼ିଛି ।  ପିକେଡିଏ ବଢିବ, ଟିପି ସ୍କିମ ହେବ ।

ମଲ୍ଟି ପରପଜ ମାର୍କେଟ କମ୍ପ୍ଲେକ୍ସ କରାଯିବ  ।  ପୁରୀ,କଟକ, ପାରାଦୀପ ଇକୋନୋମିକ ରିଜନ ହେବ ।   ବୃହତ ଭୁବନେଶ୍ୱର ପରିକଳ୍ପନା କରାଯାଇଛି ।  ୨୬ଟି ରାଜସ୍ୱ ଗ୍ରାମ, ୭ଟି ପଂଚାୟତ ଭୁବନେଶ୍ୱରରେ ମିଶିଵ । ସିଜୁଆ, ସିଜିପୁଟ, ସହଜପୁର, ବିଜିପୁର, ତମାଣ୍ଡୋ, ବେଗୁନିଆ, ଶିଶୁପାଳଗଡ଼, କେସୁରା, ବାଙ୍କୁଆଳ, ରଘୁନାଥପୁର, ଲିଙ୍ଗିପୁର, ଚୁନକୋଳି ଭଳି ୨୬ଟି ଗାଁ ମିଶିବ ଭୁବନେଶ୍ୱର ମହାନଗର ନିଗମରେ ମିଶିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.