ଶ୍ରୀମନ୍ଦିରରେ ଜୋତା, ତଦନ୍ତ ଦାବି କଲେ ସେବାୟତ

newyr25

ପୁରୀ : ଶ୍ରୀମନ୍ଦିରରେ ଜୋତା ।  ଭିତର ଭଣ୍ଡ ଦ୍ୱାର ବା ଭୋଗ ମଣ୍ଡପ ଦ୍ୱାର ନିକଟକୁ କେହି ଜଣେ ଜୋତା ନେଇଥିଲେ ।  ସେଠାରେ ଜୋତା ଥିବା ଦେଖିବା ପରେ ଜଣେ ସେବାୟତ ମନ୍ଦିର ଭିତରୁ ହାତରେ ଧରି ବାହାରକୁ ଆଣିବା ସହ ପୋଲିସକୁ ଜଣାଇଥିଲେ ।  ଜୋତା ଭୋଗ ମଣ୍ଡପ ଦ୍ୱାର ପର୍ଯ୍ୟନ୍ତ କେମିତି ଗଲା ତାକୁ ନେଇ ପ୍ରଶ୍ନ ଉଠିଛି ।  ଶ୍ରୀମନ୍ଦିରକୁ ଜୋତା, ଚମଡା ଜାତୀୟ ବେଲ୍ଟ ବାରଣ ଥିବା ବେଳେ କିଏ ଜୋତା ପିନ୍ଧି ସତପାହାଚ ଦେଇ ଭଣ୍ଡ ଦ୍ୱାର ପର୍ଯ୍ୟନ୍ତ ଯାଇଥିଲା ।  ଏତେ ସଂଖ୍ୟକ ପୋଲିସ ଏବଂ ଚାରିଦ୍ୱାରରେ ପ୍ରତିହାରୀ ସେବାୟତ, ଜେଟିପି ମୁତୟନ ସତ୍ତ୍ବେ ଜୋତା ଏଠାକୁ କେମିତି ଗଲା, ତାକୁ ନେଇ ପ୍ରଶ୍ନ ଉଠିଛି ।  ସିସିଟିଭି ଯାଞ୍ଚ ସହ ଏହାର ତଦନ୍ତ ଦାବି କରିଛନ୍ତି ସେବାୟତ।

Leave A Reply

Your email address will not be published.