
ମାଲକାନଗିରି : ଆତ୍ମସମର୍ପଣ କଲେ ୪୦ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ମାଓ ସଙ୍ଗଠନର ଶୀର୍ଷ ନେତା ବାରସେ ଦେବୀଙ୍କ ସହ ୪୦ ଜଣ ତେଲେଙ୍ଗାନାରେ ଆତ୍ମସମର୍ପଣ କରିଛନ୍ତି । ମାଓବାଦୀଙ୍କ ସବୁଠାରୁ ଘାତକ ବାଟାଲିୟନ PLGA ନମ୍ବର 1ର କମାଣ୍ଡର ବାରସେ ଦେବା ଓରଫ ସୁକ୍କା ।
ବାରସେ ଦେବା ଏବଂ ତାଙ୍କ ସହଯୋଗୀମାନେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳ ଛାଡି ତେଲଙ୍ଗାନାରେ ପହଞ୍ଚିଛନ୍ତି । ତେଲଙ୍ଗାନା ଡିଜିପିଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ବାରସେ ଦେବା ଛତିଶଗଡ଼ର ମୋଷ୍ଟ ୱାଣ୍ଟେଡ୍ ନକ୍ସଲ ମାନଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କ ମୁଣ୍ଡ ଉପରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା ।
ମାଡଭି ହିଡମାଙ୍କ ଘନିଷ୍ଠ ସହଯୋଗୀ ଥିଲା ଏବଂ ତାଙ୍କ ମୃତ୍ୟୁ ପରେ, ବାଟାଲିୟନ ନମ୍ବର ୧କୁ କମାଣ୍ଡୋ କରିଥିଲେ । ହେଲେ ଆତ୍ମସମର୍ପଣ ପରେ ସମସ୍ତଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବା ବୋଲି ତେଲଙ୍ଗାନା ଡିଜିପି କହିଛନ୍ତି ।