
ଭୁବନେଶ୍ୱର : ଜାନୁଆରୀ ୮ ରୁ ଫେବୃଆରୀ ୨୫ ଯାଏ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଲା କଂଗ୍ରେସ । ମନରେଗା ନା ବଦଳେଇବା ପ୍ରସଙ୍ଗ ଉପରେ କଂଗ୍ରେସ କରିବ ଆନ୍ଦୋଳନ। ୱାର୍ଡ ସ୍ତରରୁ ବିଧାନ ସଭା ଘେରାଉ କରିବ କଂଗ୍ରେସ । ମନରେଗା ବଚାଉ କାର୍ଯ୍ୟକ୍ରମ କରିବ କଂଗ୍ରେସ। ଆଜି ମନରେଗା ନା ବଦଳେଇବା ପ୍ରସଙ୍ଗ ନେଇ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରିଛି ।
ନା ବଦଳେଇବା କୁ କେନ୍ଦ୍ର ସରକାର ଉପରେ ବର୍ଷିଲେ ଏଆଇସିସି ସାଧାରଣ ସମ୍ପାଦକ ରନ୍ଦିପ ସୁରୱେଲା । ଦେଶ ର ମଜଦୂର କୁ ମାଡ଼ ମାରିଛନ୍ତି କେନ୍ଦ୍ର ସରକାର । ମନରେଗା ନା ପରିବର୍ତ୍ତନ କରିବା ବଡ ଭୁଲ। ୫୦ କୋଟି ପରିବାର ପ୍ରଭାବିତ ହେବେ। କାନୁନ୍ କୁ ହତ୍ୟା ବୋଲି କହିଲେ। ଏସସି, ଏସଟି ଓ ଓବିସି ଉପରେ ଆକ୍ରମଣ। କୋଟି କୋଟି ମୂଲିଆ ଓ ମଜଦୂରଙ୍କୁ ଆକ୍ରମଣ ବୋଲି କହିଛନ୍ତି।
ପୂର୍ବରୁ କେନ୍ଦ୍ର ସରକାର ଶହେ ପ୍ରତିଶତ ଅର୍ଥ ପ୍ରଦାନ କରୁଥିଲେ। ଏବେ ୬୦ ପ୍ରତିଶତ କେନ୍ଦ୍ର ଦେବେ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଦେବେ । ମଜଦୂର ଙ୍କଠାରୁ କାମ ଛଡାଇ ନେଲେ। ଏବେ ସରକାର ନିର୍ଣ୍ଣୟ ନେବେ କେବେ ଓ କେଉଁ ମଜଦୂର କୁ କେତେ କାମ ଦେବେ । ଏହାଛଡା ଏବେ କେନ୍ଦ୍ର ସରକାର ନିଷ୍ପତି ନେବେ କେଉଁ ରାଜ୍ୟ କୁ କେତେ ଟଙ୍କା ଦେବେ ।
ମନରେଗା ଗ୍ୟାରେଣ୍ଟି କାମ ଦେଉଥିଲା କିନ୍ତୁ ଏବେ କାମର ଗ୍ୟାରେଣ୍ଟି ରହିଲା ନାହିଁ । ଏବେ କେବଳ ସାଧାରଣ କେନ୍ଦ୍ରୀୟ ଯୋଜନା ଭାବେ ରହିଲା । ଏବେ ଫସଲ ଉତ୍ପାଦନ ସିଯିନ ରେ କାମ ମିଳିବ ନାହିଁ। କୃଷକ ଓ ମଜଦୂର ଭିତରେ ଲଢେଇ କରାଉଛନ୍ତି କେନ୍ଦ୍ର ସରକାର ବୋଲି କହିଛନ୍ତି ରନ୍ଦିପ ସୁରୱେଲା । ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଦାସ ଓ ପ୍ରଭାରୀ ଅଜୟ କୁମାର ଲଲୁ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।