ୟେମେନରେ ସାଉଦିଆରବର ଭୟଙ୍କର ଏୟାର ଷ୍ଟ୍ରାଇକ, ୨୦ ମୃତ

newyr25

ୟେମେନ: ୟେମେନରେ ଭୟଙ୍କର ଏୟାର ଷ୍ଟ୍ରାଇକ ।  ସାଉଦିଆରବର ଆକ୍ରମଣରେ ୨୦ ମୃତ ।  ଦୁଇ ଦେଶ ମଧ୍ୟରେ ବଢ଼ିଲା ଯୁଦ୍ଧ ଆଶଙ୍କା ।  ୟେମେନରେସାଉଦି ଆରବ ନେତୃତ୍ୱାଧୀନ ମିଳିତ ବାହିନୀ ପକ୍ଷରୁ ବଡ଼ ଧରଣର ବିମାନ ଆକ୍ରମଣ କରାଯାଇଛି ।  ଏହି ଆକ୍ରମଣରେ ପ୍ରାୟ ୨୦ ଜଣ ବିଦ୍ରୋହୀ ସୈନ୍ୟ ପ୍ରାଣ ହରାଇଥିବା ଜଣାପଡ଼ିଛି । ‘ସଦର୍ଣ୍ଣ ଟ୍ରାଞ୍ଜିସନାଲ୍ କାଉନସିଲ୍’ ନାମକ ଗୋଷ୍ଠୀର ଶିବିର ଉପରେ ଆଟାକ ହୋଇଛି ।  ଏହି ଗୋଷ୍ଠୀକୁ ସଂଯୁକ୍ତ ଆରବ ଏମିରେଟ୍ସ ସମର୍ଥନ କରୁଥିବା କୁହାଯାଉଛି । ୟେମେନର ହଦ୍ରାମାଉତ୍ ପ୍ରଦେଶରେ ଥିବା ‘ଅଲ୍-ଖାଶା’ ସାମରିକ ଶିବିର ଏବଂ ସେୟୁନ୍ ବିମାନବନ୍ଦର ନିକଟରେ ଏହି ବୋମା ମାଡ଼ ହୋଇଛି ।

ଗତ କିଛି ସପ୍ତାହ ଧରି ଏହି ବିଦ୍ରୋହୀ ଗୋଷ୍ଠୀ ୟେମେନର ଅନେକ ଅଞ୍ଚଳ ଦଖଲ କରିନେଇଥିଲେ ।  ସେମାନଙ୍କୁ ରୋକିବା ପାଇଁ ସାଉଦି ଆରବ ଏହି କଠୋର ପଦକ୍ଷେପ ନେଇଛି ।  ଏହି ଆକ୍ରମଣ ପରେ ବିଦ୍ରୋହୀ ଗୋଷ୍ଠୀ (STC) ଘୋଷଣା କରିଛି ଯେ ସେମାନେ ଆଗାମୀ ଦୁଇ ବର୍ଷ ମଧ୍ୟରେ ଦକ୍ଷିଣ ୟେମେନକୁ ଏକ ସ୍ୱତନ୍ତ୍ର ଦେଶ ଭାବେ ଗଠନ କରିବେ, ଯାହାର ନାମ “ସାଉଥ୍ ଆରବିୟା” ରଖାଯିବ ।  ଏହି ଘଟଣା ପରେ ସାଉଦି ଆରବ ଏବଂ UAE ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି ।  ସେପଟେ ଆଡେନ ବିମାନବନ୍ଦରରେ ସମସ୍ତ ବିମାନ ଚଳାଚଳ ବନ୍ଦ କରିଦିଆଯାଇଛି । ଯାହାଫଳରେ ସାଧାରଣ ଲୋକେ ବହୁତ ହଇରାଣ ହେଉଛନ୍ତି ।

Leave A Reply

Your email address will not be published.