ଆଜିଠାରୁ ‘ମାଘ ମେଳା, ସଙ୍ଗମ ସ୍ଥଳରେ ବୁଡ଼ ପକାଇବା ପାଇଁ ପ୍ରୟାଗରାଜରେ ଭକ୍ତଙ୍କ ଭିଡ଼,

newyr25

ଉତ୍ତରପ୍ରଦେଶ : ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମ କୂଳରେ ଆଜିଠାରୁ ବିଶ୍ୱପ୍ରସିଦ୍ଧ ‘ମାଘ ମେଳା ୨୦୨୬’ ଆରମ୍ଭ ହୋଇଛି । ମାଘ ମେଳା ପୂର୍ବରୁ ସ୍ନାନ ପର୍ବ ପୌଷ ପୂର୍ଣ୍ଣିମାର ପର୍ବ ଗଙ୍ଗା, ଯମୁନା ଏବଂ ସରସ୍ବତୀ ନଦୀର ତ୍ରିବେଣୀରେ ଆସ୍ଥାର ବୁଡ଼ ପକାଇବା ପାଇଁ ଭିଡ଼ ଜମିଛି । ପୌଷ ପୂର୍ଣ୍ଣିମାରେ ସଙ୍ଗମ ତ୍ରିବେଣୀରେ ସ୍ନାନ ଏବଂ ଦାନର ବିଶେଷ ମହତ୍ତ୍ବ ରହିଥାଏ ।

ମାଘ ମାସରେ ପ୍ରୟାଗରାଜରେ ସ୍ନାନ ଏବଂ କଳ୍ପବାସ କରିବା ଦ୍ୱାରା ମନୁଷ୍ୟକୁ ମୋକ୍ଷ ପ୍ରାପ୍ତି ହୁଏ ଏବଂ ସମସ୍ତ ପାପରୁ ମୁକ୍ତି ମିଳିଥାଏ । ପୌଷ ପୂର୍ଣ୍ଣିମା ସହିତ ମାଘ ମେଳାରେ ଏକ ମାସ ଧରି ଚାଲିବାକୁ ଥିବା ‘କଳ୍ପବାସ’ ମଧ୍ୟ ଆରମ୍ଭ ହୋଇଯାଇଛି । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳ୍ପବାସୀ ମାନେ ସଙ୍ଗମ କୂଳରେ ତମ୍ବୁ ଗାଡ଼ି ନିଜର ଆଧ୍ୟାତ୍ମିକ ସାଧନା ଆରମ୍ଭ କରିଛନ୍ତି । କଳ୍ପବାସ ସମୟରେ ଶ୍ରଦ୍ଧାଳୁମାନେ ସାତ୍ତ୍ୱିକ ଜୀବନଯାପନ କରନ୍ତି, ଦିନକୁ ଥରେ ମାତ୍ର ଭୋଜନ କରନ୍ତି ଏବଂ ଅଧିକାଂଶ ସମୟ ଭଗବାନଙ୍କ ନାମ ଜପ ଓ ଭଜନ କୀର୍ତ୍ତନରେ ଅତିବାହିତ କରନ୍ତି ।

ପୌଷ ପୂର୍ଣ୍ଣିମା ଅବସରରେ ଶ୍ରଦ୍ଧାଳୁ ବ୍ରତ ରଖି, ସ୍ନାନ, ଦାନ ଏବଂ ପୂଜାପାଠ କରନ୍ତି । ଏହାଦ୍ବାରା ଘରେ ସୁଖ ସମୃଦ୍ଧି ବଢିଥାଏ ଏବଂ ନକାରାତ୍ମକ ଶେଷ ହୁଏ । ଏହିଦିନ ଜରୁରୀ ଲୋକଙ୍କୁ ଅନ୍ନ ଏବଂ ବସ୍ତ୍ର ଦାନ କରନ୍ତୁ । ପୌଷ ପୂର୍ଣ୍ଣିମା ଦିନ କଞ୍ଚା ତେଲ ଏବଂ ଫଳ, ପନିପରିବା ଦାନ କରନ୍ତୁ ।

ମାଘ ମେଳା ପାଇଁ ୧୨ ରୁ ୧୫ କୋଟି ଶ୍ରଦ୍ଧାଳୁ ଆସିବା ଅନୁମାନ କରାଯାଉଛି । ମେଳା ପ୍ରଶାସନ ପକ୍ଷରୁ ୨୫ରୁ ୩୦ ଲକ୍ଷ ଶ୍ରଦ୍ଧାଳୁ ସଙ୍ଗମରେ ଆସ୍ଥାର ବୁଡ଼ ଲଗାଇବେ ବୋଲି ଅନୁମାନ କରାଯାଉଛି । ଶ୍ରଦ୍ଧାଳୁଙ୍କ ପାଇଁ ୮ କିମି ଲମ୍ବା ଘାଟ ତିଆରି କରାଯାଇଛି । ପୋଲିସ ଏବଂ ପ୍ରଶାସନ ଅଧିକାରୀ ନିଜେ ଗ୍ରାଉଣ୍ଡ ଜିରୋରେ ରହିବେ । ପୋଲିସ, ପିଏସି ଏବଂ ଆରଏଏଫ ନିୟୋଜିତ ରହିବେ ।

Leave A Reply

Your email address will not be published.