ଅପମିଶ୍ରିଣ ଦେଶୀ ଓ ବିଦେଶୀ ମଦ ପ୍ରସ୍ତୁତି ର ଗନ୍ତାଘର ଗଞ୍ଜାମ ଜିଲ୍ଲା : ଜିଲ୍ଲାରୁ ଅନ୍ୟ ଜିଲ୍ଲା କୁ ଚାଲାଣ ହେଉଛି ଜହର …..!

newyr25


ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରୁ ପ୍ରତିଦିନ ଅପମିଶ୍ରଣ ରନ୍ଧା ଦେଶୀ ମଦ ପ୍ରସ୍ତୁତ ହୋଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଚାଲାଣ ହେଉଛି। ଗତ ଡ଼ିସେମ୍ବର ୧୫ ତାରିଖ ଦିନ ଆସିକା ଅଞ୍ଚଳରୁ ବିପୁଳ ପରିମାଣର ଚୋରା ଦେଶୀ ମଦ ପାଉଚ ଭୁବନେଶ୍ୱର ସ୍ଥିତ ପିତାପଲ୍ଲୀ ଛକ ନିକଟରୁ ଅବକାରୀ ସ୍ପେଶାଲ ସ୍କୁଆଡ଼ ପକ୍ଷରୁ ୪ ଜଣ ଯୁବକ ଙ୍କୁ ଗିରଫ କରି ମଦ ଜବତ କରିଥିଲେ। ଗଞ୍ଜାମ ଜିଲ୍ଲାରୁ ରୀତିମତ ନକଲି ଵେଦେଶୀ ମଦ ସାଙ୍ଗକୁ ଅପମିଶ୍ରଣ ଦେଶୀ ମଦ ନୟାଗଡ ଜିଲ୍ଲା ସମେତ ଭୁବନେଶ୍ୱର ଅଞ୍ଚଳ କୁ ଦାମୀ ଚାରିଚକିଆ ଯାନବାହାନ ରେ ଚାଲାଣ ହେଉଛି। ହୋମଓ ପ୍ୟାଥିକ ସ୍ପିରିଟ ରେ ବିଦେଶୀ ମଦ ପ୍ରସ୍ତୁତ ହେଉଛି। ଗଞ୍ଜାମ ଜିଲ୍ଲାରୁ ଖୋର୍ଦ୍ଧା ଜିଲ୍ଲା କୁ ସ୍ପିରିଟ ଚାଲାଣ ବେଳେ ବେଗୁନିଆପଡା ଠାରେ ଗତ କିଛି ମାସ ତଳେ ଧରାପଡ଼ି ଥିଲା। ରାଜା ପିଢ଼ିଆ ସାଙ୍ଗକୁ ୟୁରିଆ ଗୁଡ଼ ଓ ରାସାୟନିକ ପଦାର୍ଥ ମିଶ୍ରଣ କରାଯାଇ ସ୍ୱଳ୍ପ ସମୟ ମଧ୍ୟରେ ପୋଚ ପ୍ରସ୍ତୁତ କରି ଦେଶୀ ମଦ ପ୍ରସ୍ତୁତ କରାଯାଉଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ଏପରି ଚୋରା ଚାଲାଣ କୁ ଛାଡ଼ୁଛି କିନ୍ତୁ ଭୁବନେଶ୍ୱର ଓ ଅନ୍ୟ ଜିଲ୍ଲାର ପ୍ରଶାସନ ଧରୁଛି। ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନନେଲେ ଆଗାମୀ ଦିନରେ ପୁଣି ଗଞ୍ଜାମ ଜିଲ୍ଲା ପୁଣି ଆଉ ଏକ ମଦମୃତ୍ୟୁ ର ଭିବିଶିକା ଦେଖିବାକୁ ବେଶୀ ଦିନ ଲାଗିବ ନାହିଁ ବୋଲି ସାଧାରଣ ରେ ଚାର୍ଜ ହେଲାଣି l ସୂଚନା ଥାଉକି ଗଞ୍ଜାମ ଜିଲ୍ଲା ର ପୋଲିସ ଆଉ ପ୍ରଶାସନ ମୋଟା ଅଙ୍କର ବଟି ନେଇ ଜିଲ୍ଲା ରେ ମଦ ମାଫିଆ ମାନଙ୍କ ଗୋଲାମ ପାଲୋଟି ଗଲେଣି ବୋଲି ବୁଦ୍ଧିଜୀବୀ ମାନେ ଅଭିଯୋଗ ଆଣିଲେଣି l ଆସିକା, ଚିକିଟି, କୋଦୋଳା, ଖଲ୍ଲିକୋଟ ପୁରୁଷୋତ୍ତମପୁର ଆଦି ଅଞ୍ଚଳ ରେ ବ୍ୟାପକ ଭାବେ ଏପରି ବିଷାକ୍ତ ମଦ କାରବାର ଚାଲିଥିବା ସୂଚନା ମିଳୁଛି l ରାଜ୍ୟ ପୋଲିସ ଓ ଅବକାରୀ ବିଭାଗ ଗଞ୍ଜାମ ଜିଲ୍ଲା ପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି l କାରଣ ଅବକାରୀ ବିଭାଗ ଏବଂ ଗଞ୍ଜାମ ଜିଲ୍ଲା ପୋଲିସ ମଦ ମାଫିଆ ଙ୍କ କଟପିଟୁଳା ସାଜି ଗଲେଣି l

Leave A Reply

Your email address will not be published.