ଜିଲ୍ଲା ସ୍ତରୀୟ ବନାଗ୍ନି ନିୟନ୍ତ୍ରଣ ସଚେତନତା ଶିବିର ଆୟୋଜିତ…

add-all


ମାଲକାନଗିରି :ଆଜି ଜିଲ୍ଲାସ୍ତରୀୟ ବନାଗ୍ନି ନିୟନ୍ତ୍ରଣ ସଚେତନତା ଶିବିର ଚିତ୍ରକୋଣ୍ଡା ଠାରେ ଆୟୋଜିତ ।ଏହି କାର୍ଯ୍ୟକ୍ରମଟି ବନଖଣ୍ଡ ଅଧିକାରୀ ଶ୍ରୀ ସାଇ କିରଣ ଡି ଏସ ଙ୍କ ଅଧ୍ୟକ୍ଷତା ରେ ହୋଇ ଥିଲା । ଏହି କାର୍ଯ୍ୟକ୍ରମ ର ମୁଖ୍ୟ ବକ୍ତା ଭାବେ ମନସୁନ ଖେମୁଡୁ ଓ ସମ୍ମାନିତ ଅତିଥି ରୂପେ ପ୍ରିୟଙ୍କା ମହୁକା ଯୋଗଦେଇ ଥିଲେ । ଶ୍ରୀ ସାଇ କିରଣ ନୂତନ ଭାବରେ, ଯୋଗ ଦେଇ ଥିବା ବନରକ୍ଷୀ ମାନଙ୍କୁ ସ୍ଵାଗତ କରିଥିଲେ ଓ ଏହି ବର୍ଷ ମଧ୍ୟ ଜଙ୍ଗଲ ନିଆଁ କୁ ନିୟନ୍ତ୍ରଣ ପାଇଁ ବନ ବିଭାଗ, ଫାୟର ସ୍କ୍ୟାଡ ଓ ବନ ସୁରକ୍ଷା ସମିତି ସଦସ୍ୟ ସ୍ଵେଚ୍ଛା ସେବୀ ଅନୁଷ୍ଠାନ ମାନଙ୍କ ସହାୟତା ପ୍ରଦାନ କରିବା ପାଇଁ କହି ଥିଲେ । ଏ ସି ଏଫ୍ ମନସୁନ ଖେମୁଡୁ ଅଗ୍ନି ନିରୋଧକ ପଦକ୍ଷେପ ସହ ପୁର୍ବ ବର୍ଷ 2024ରେ 2862 ଫାୟାର ପଏଣ୍ଟ ରହିଥିବା ବେଳେ 2025 ବର୍ଷ ରେ ହ୍ରାସ ପାଇ 1047 ହୋଇଥିଲା । ଏହି ବର୍ଷ ଜିରୋ କାଯୁଆଲିଟି ଲକ୍ଷ୍ୟ ନେଇ ସମ୍ବେଦନଶୀଳ ଅଞ୍ଚଳ ଗୁଡିକ ରେ ସମସ୍ତ ପାରା ଷ୍ଟାଫ ବନପାଳ ବନରକ୍ଷୀ ,ଫୁଟ ପେଟ୍ରଳିଂ, ପଥ ପ୍ରାନ୍ତ ନାଟକ ପରିବେଷିତ କରିବା ସହ ମହୁଲ ଗୋଟାଳି ମାନଙ୍କୁ ସବୁଜ ଜାଲ ପ୍ରଦାନ କରି ଅଗ୍ନି ନିରୋଧକ ପଦକ୍ଷେପ ପାଈଁ ଆଲୋଚନା କରାଯାଇ ଥିଲା ଓ ଅଗ୍ନି ନିୟନ୍ତ୍ରଣ ସ୍ଥିତି ସମ୍ବନ୍ଦରେ ସମସ୍ତ ଙ୍କୁ ଅବଗତ କରିଥିଲେ ପୂର୍ବ ବର୍ଷ ବନ ବିଭାଗ ତରଫରୁ ଉତ୍କୃଷ୍ଟ ପଦକ୍ଷେପ ଯୋଗୁଁ ବନ ଅଗ୍ନି ମାଲକାନଗିରି ଜିଲ୍ଲାରେ କମି ଥିଲା । ସଚେତନ କାର୍ଯ୍ୟକ୍ରମ ପରେ ନୂତନ ବର୍ଷ ର ଅଭିନନ୍ଦନ ସହ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା । ଜିଲ୍ଲା ର ସମସ୍ତ ବନାଞ୍ଚଳ ର ରେଞ୍ଜର, ବନପାଳ ବନରକ୍ଷୀ ,ସୃଷ୍ଟି ଅନୁଷ୍ଠାନ କର୍ମୀ,ବହୁ ପାରା ଷ୍ଟାଫ ଯୋଗ ଦେଇ ଥିଲେ ।

ad-week
Leave A Reply

Your email address will not be published.