ଜଗନ୍ନାଥ ଏକ୍ସପ୍ରେସ ବସ ଦୁର୍ଘଟଣା, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତିଲେ ଯାତ୍ରୀ…

newyr25

ମାଲକାନଗିରି,୫।୧ ମାଲକାନଗିରି ସଦର ନିକଟରେ ଏକ ଜଗନ୍ନାଥ ଏକ୍ସପ୍ରେସ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ତେବେ ବସ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବଡ ଧରଣର ଅଘଟଣରୁ ବର୍ତ୍ତୀ ଯାଇଛନ୍ତି ୩୦ରୁ ଊର୍ଦ୍ଧ୍ଵ ଯାତ୍ରୀ। ସୂଚନା ଅନୁଯାୟୀ, ନବରଙ୍ଗପୁ ଜିଲ୍ଲା ରାଇଘରରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଜଗନ୍ନାଥ ଏକ୍ସପ୍ରେସ ବସଟି ମାଲକାନଗିରି ଜିଲ୍ଲା ନିକଟରେ ଥିବା ସିନ୍ଦିରୀମାଳ ଗ୍ରାମ ନିଟରେ ପହଁଚି ମାଲକାନଗିରି ଆଡକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଲୁହାରଡ଼ ବୋଝେଇ ଟ୍ରଲର ଡାଲାଟି ଗାଡିରୁ ଅଲଗା ହୋଇଯାଇଥିଲା। ଯାହା ଫଳରେ ଲୁହାରଡ଼ ଗୁଡିକ ବସରେ ବାଡେଇ ହୋଇ ଦୁର୍ଘଟଣାଘଟିଥିଲା। ତେବେ ବସ ଚାଳକ କେଦାର ପ୍ରଧାନଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ସେ ଗାଡିକୁ ଆୟତ୍ତକୁ ନେବା ସହ ରାସ୍ତା ପାର୍ଶ୍ଵକୁ ନେଇଯାଥିଲେ। ଏହି ଦୁର୍ଘଟଣା ରେ କେବଳ ବସର ଆଗ କାଚ ଭାଙ୍ଗିଯିବା ସହ ସାମାନ୍ୟ କ୍ଷତି ଘଟିଥିବା ବେଳେ ବସର ଥିବା ୩୬ ଜଣ ଯାତ୍ରୀ ଅଳ୍ପକେ ବର୍ତିଯାଇଛନ୍ତି। ଖବର ପାଇ ମାଲକାନଗିରି ଥାନା ପୋଲିସ, ପରିଵହନ ପରିଚାଳକ ଘଟଣା ସ୍ଥଳରେ ପହଁଚି ଉକ୍ତ ଟ୍ରଲରକୁ ଜବତ କରିବା ସହ ବସର ଯାତ୍ରୀ ମାନଙ୍କୁ ଅନ୍ୟ ଏକ ସ୍ୱତନ୍ତ୍ର ସରକାରୀ ବସ ଯୋଗେ ନବରଙ୍ଗପୁରକୁ ପଠାଇଥଲେ।

Leave A Reply

Your email address will not be published.