ରାମଚନ୍ଦ୍ରପୁର ରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ଶିବିର…

add-all


ଚିକିଟି: ଏହି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର (୦୫.୦୧.୨୬)ଦିନ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ତହସିଲଦାର ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ କହଁର,ବି ଡି ଓ ଶ୍ରୀଯୁକ୍ତ ବିବେକାନନ୍ଦ ମିଶ୍ର , ଚିକିଟୀ ସି ଡି ପି ଓ ଶ୍ରୀମତୀ ଭୀ. ମଣିମାଳା, ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆପନ୍ନା ସେଠୀ ଓ ସରପଞ୍ଚ ଜି.ଜ୍ୟୋତି ରେଡ୍ଡୀ ପ୍ରମୁଖ ମଞ୍ଚାସିନ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପଞ୍ଚାୟତ ର ମୋଟ ୩୭ ଗୋଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥି ମଧ୍ୟରୁ ଦୁଇ ଗୋଟି ଅଭିଯୋଗ ସଙ୍ଗେ ସଙ୍ଗେ ସମାଧାନ କରିଥିବା ସହ ବାଇଶି ଜଣକୁ ପଟ୍ଟା ପ୍ରଦାନ କରାଯାଇଥିବା ମଧ୍ଯ ସୂଚନା ମିଳିଛି। ଉକ୍ତ କାର୍ଯ୍ୟକ୍ରମ କୁ ସରପଞ୍ଚ ପ୍ରତିନିଧି ଜି.ଉମା ରେଡ୍ଡୀ ଏବଂ ପଞ୍ଚାୟତ ପି ଇ ଓ ବି.ଦଣ୍ଡପାଣି ପାତ୍ର ପୂର୍ଣ୍ଣ ସହଯୋଗ କରି ସୁଚାରୁ ରୂପେ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.