ଆସିକା ବେଆଇନ କେନ୍ଦୁପଦର ବାଲି ଘାଟ ଉପରେ ମହିଳା କଂଗ୍ରେସ ନେତ୍ରୀ ସୂଦୀପ୍ତା ଦାସ… ପକ୍ଷରୁ ଚଢ଼ାଉ….!
ପ୍ରଶାସନ ସାଜିଲା ଜଳକା…


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବହୁ ଚର୍ଚ୍ଚିତ ଆସିକା କେନ୍ଦୁପଦର ବେଆଇନ ବାଲି ଘାଟ ଉପରେ କଂଗ୍ରେସ ନାରୀ ନେତ୍ରୀଙ୍କ ସମର୍ଥକ ମାନଙ୍କ ପକ୍ଷରୁ ଚଢ଼ାଉ କରି ପ୍ରଶାସନ କୁ ହସ୍ତାନ୍ତର କଲେ ଜେସିବି ହାଇୱା। ସୋମବାରଦିନ ରାତ୍ର ୯ ଘଣ୍ଟା ସମୟରେ ଆସିକା ର କଂଗ୍ରେସ ନାରୀ ନେତ୍ରୀ ସୂଦୀପ୍ତା ଦାସ ଙ୍କ ନେତୃତ୍ୱ ରେ ଶତାଧିକ ଯୁବକ ମାନେ କେନ୍ଦୁପଦର ବେଆଇନ ବାଲି ଘାଟ ଉପରେ ଚଢ଼ାଉ କରିଥିଲେ। ଆସିକା ତହସିଲଦାର, ମାଇନିଙ୍ଗ ଅଫିସର ଓ ପୋଲିସ କୁ ଖବର ଦେଇଥିଲେ। ତିନି ପ୍ଲାଟୁନ ପୋଲିସ, ତହସିଲଦାର ଓ ମାଇନିଙ୍ଗ ଅଫିସର ଘଟଣା ସ୍ଥଳରେ ପହଞ୍ଚି ବେଆଇନ ବାଲି ବୋଝେଇ ହାଇୱା ଜେସିବି କୁ ପ୍ରଶାସନ ପକ୍ଷରୁ ଜବତ କରାଯାଇଛି। କେନ୍ଦୁ ପଦର ବେଆଇନ ବାଲି ଘାଟ ଉପରେ ୧୪୪ ଧାରା ଲାଗୁ କରିବାକୁ ସୂଦୀପ୍ତା ଦାସ ଦାବୀ କରିଛନ୍ତି। ଦୀର୍ଘ ଦିନ ହେଲା କେନ୍ଦୁପଦର ବେଆଇନ ବାଲି ଘାଟ ଚାଲୁଥିଲା। ପ୍ରଶାସନ ଜଳକା ସାଜିଥିଲା। ପ୍ରବାଲି ମାଫିଆ ମାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ନାରୀ ନେତ୍ରୀ ଯେଉଁ ସାହାସିକତା ଦେଖାଇ ଶାସନକୁ ଗାଡ଼ି ହସ୍ତାନ୍ତର କରିଲେ ସୁଦୀପ୍ତା ଙ୍କୁ ଲୋକେ ପ୍ରଶଂସା କରିଛନ୍ତି। ପ୍ରକାଶ ଥାଉକି କେନ୍ଦୁପଦର ବେଆଇନ ଘାଟରୁ ଚୋରା ବାଲି ଚାଲାଣ ବେଳେ ଡିସେମ୍ବର ମାସରେ ଜବତ ଗାଡିକୁ ବିନା ଜରିମାନାରେ ଛାଡ଼ିଦେବା ଫଳରେ ଜୁନିଅର ମାଇନିଙ୍ଗ ଅଫିସର ନିଲମ୍ବିତ ହୋଇଥିଲେ। ଏହି ବେଆଇନ ବାଲି ଘାଟ ପଛରେ ଥିବା ଅଦୃଶ୍ୟ ଶକ୍ତି କୁ ପ୍ରଶାସନ ଏତେ ଭୟ କରିବାର କାରଣ କଣ ହୋଇପାରେ। ନିସର୍ତ୍ତ ର ରୀତିମତ ଖବର ପ୍ରକାଶ ପରେ ଜୁନିଅର ମାଇନିଙ୍ଗ ଅଫିସର ନିଲମ୍ବିତ ହୋଇଥିଲେ। ଆଜିର ଏହି ଚଢ଼ାଉ ପରେ ବାଲି ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ଦେଖା ଦେଇଛି।