ଆସିକାରେ ଜବର ଦଖଲ ଉଚ୍ଛେଦ ଲୋକ ଦେଖାଣିଆ…..!

add-all


ବ୍ରହ୍ମପୁର: ଆସିକା ସହର ରେ ଜବର ଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ସବୁବେଳେ ଲାଗିରହିଛି। ଅଧିକାଂଶ କରି ଅଶୋକ ସିନେମା ହଲ୍ ଠାରୁ ବିନାୟକ ବଜାର ଓ ଲକ୍ଷ୍ମୀ ବଜାର ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଦିନ ତମାମ ଲାଗିରହେ। ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଶାସନ ପକ୍ଷରୁ ବିନାୟକ ବଜାର ଓ ଲକ୍ଷ୍ମୀ ବଜାରର ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଦୋକାନ ସମ୍ମୁଖରେ ଲାଗିଥିବା ଟିଣ କାଢ଼ି ପ୍ରଶାସନ ବାଃ ବାଃ ନେଉଥିବା ଦେଖିବାକୁ ମିଳିଛି। କେବଳ ଦୋକାନ ସାମ୍ନାର ଟିଣ ଛପର କାଢ଼ିଦେଲେ ଟ୍ରାଫିକ ସମସ୍ୟା କିପରି ଦୂର ହେବ ବୋଲି ସାଧାରଣ ରେ ଆଲୋଚନା ହେଉଛି। ଆଜିର ଜବର ଦଖଲ ପ୍ରଶାସନର ପ୍ରହସନ ରେ ପରିଣତ ହୋଇଥିବା ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି। ଉଭୟ ରାସ୍ତା ପାର୍ଶ୍ଵରେ ଜବର ଦଖଲ ଉଚ୍ଛେଦ କରିଲେ ଟ୍ରାଫିକ ସମସ୍ୟା ଦୂର ହେବ। କିଛି ପ୍ରଭାବ ଶାଳୀ ବ୍ୟକ୍ତି ବିଶେଷ ଜବର ଦଖଲ କରି ବଡ଼ ବଡ଼ ଅଟାଳିକା ନିର୍ମାଣ କରିଥିବାର ନଜିର ରହିଛି। ପ୍ରଶାସନ ବାରମ୍ବାର ପ୍ରଭାବ ଶାଳୀ ବ୍ୟକ୍ତିଙ୍କୁ କେବଳ ନୋଟିସ ଦେବାରେ ସୀମିତ ରହିଛି।

ad-week
Leave A Reply

Your email address will not be published.