ନୟାଗଡ଼ ଜିଲ୍ଲାର ଗଞ୍ଜାମ ସୀମାବର୍ତ୍ତି ଗ୍ରାମାଞ୍ଚଳରେ ଚୋରି ବୃଦ୍ଧି: ଠେଙ୍ଗା ଧରି ପାଳି କରି ଚୋର ଜଗୁଛନ୍ତି ଗ୍ରାମବାସୀ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରୋହିବାଙ୍କ ପଞ୍ଚାୟତ ଭଗବତୀ ପ୍ରସାଦ ଗାଁରେ ଚୋର ପଶି ଦୁଇଟି ପରିବାରର ସବୁକିଛି ଚୋରି କରି ନେଇଛନ୍ତି ।ଏହାକୁ ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି ।ଭଗବତୀ ପ୍ରସାଦ ଗାଁର ପାଣୁ ସେଠୀ (୩୭) ଭୁବନେଶ୍ୱରରେ କାମ କରୁଥିବାରୁ ପରିବାର ନେଇ ସେଠାରେ ରହନ୍ତି ।ସେହିପରି ଉକ୍ତ ଗ୍ରାମର ଟୁକୁନା ସେଠୀ(୩୫) ଶରୀର ଅସୁସ୍ଥ ଯୋଗୁଁ ଡ଼ାକ୍ତରଖାନାରେ ରହୁଥିବାରୁ ଉଭୟ ଘରରେ ତାଲା ପଡ଼ି ରହୁଥିଲା ।ଏହାର ସୁଯୋଗ ନେଇ ଚୋରମାନେ ଗ୍ରିଲ୍ ତାଲା ଖୋଲି ଆରାମରେ ଘରର ଅସବାପତ୍ର ଚୋରି କରି ନେବା ସହିତ ଘରର ଅନ୍ୟ ଜିନିଷକୁ ଏଣେତେଣେ ଫିଙ୍ଗି ଦେଇଛନ୍ତି । ସୂଚନା ଅନୁଯାୟୀ ଗତ ଡ଼ିସେମ୍ବର ମାସ ୧୩ ତାରିଖରେ ସୁନମୁହିଁ ପଞ୍ଚାୟତ ଲୁଣି ଗ୍ରାମରେ ଏବଂ ଡିସେମ୍ବର ୧୬ ତାରିଖରେ ବାହାଡ଼ାଝୋଲା ରେ ସମାନ ଢଙ୍ଗରେ ଲକ୍ଷାଧିକ ସ୍ଵର୍ଣ୍ଣ ଅଳଙ୍କାର ଚୋରି ହୋଇଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା ।ଗଞ୍ଜାମ ନୟାଗଡ ସୀମାନ୍ତ ବର୍ତ୍ତି ଗାଁ ଗୁଡିକରେ ଏବେ ସନ୍ଧ୍ୟାବେଳେ ତାଟି କବାଟ ପଡୁଛି ।ଏହି ଅଞ୍ଚଳରେ ଚୋରି ବୃଦ୍ଧି ପାଇବାର କୋଳାହଳ ବୃଦ୍ଧି ପାଇବାରୁ ଚୋର ମାନେ ଛପି ଯାଇଛନ୍ତି ।ଏବେ ଏହି ସୀମାନ୍ତ ବର୍ତ୍ତି ଗାଁ ଗୁଡିକରେ ଠେଙ୍ଗା ପାଳି କରି ଚୋର ମାନଙ୍କର ଉପଦ୍ରବ ରୋକିବା ପାଇଁ ଯୋଜନା କରାଯାଇଛି। ଗଞ୍ଜାମ ଓ ନୟାଗଡ଼ ପୋଲିସ ମଧ୍ୟରେ ମିଳିତ ସମନ୍ୱୟ ରଖି ପାଟ୍ରୋଲିଂ କଡାକଡି କଲେ ଚୋରି ଉଦ୍ୟମକୁ ରୋକାଯାଇ ପାରିବ ।

ad-week
Leave A Reply

Your email address will not be published.