
ନୟାଗଡ଼ (ନିସର୍ତ୍ତ): ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ପଞ୍ଚାୟତ ପରିସରରେ ଯୁବ ସରପଞ୍ଚ ତଥା ସମାଜ ସେବୀ ଚିତ୍ତରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଅର୍ବାନ ମେଡିକାଲ ଭିଜନ କେୟାର ପକ୍ଷରୁ ମାଗଣା ସ୍ଵାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ କଟକ ସ୍ଥିତ ଅର୍ବାନ ମେଡିକାଲ ଭିଜନ କେୟାରର ଡାକ୍ତର ନିରଞ୍ଜନ ସାମନ୍ତରାୟ ଓ ମ୍ୟାନେଜର ଚନ୍ଦ୍ରରାଜ ଭଟ୍ଟଙ୍କ ସହିତ , ଟେକ୍ନିସିଆନ ସୌମ୍ୟ ପ୍ରକାଶ ପାଣି ଓ ଶୁଭାଶିଷ ସାଶ ପ୍ରମୁଖ ଉପସ୍ଥିତ ରହି ଏହି ଶିବିରରେ ପରୀକ୍ଷା କରାଇ ଥିଲେ।
ଏଥିରେ ରାଜସୁନାଖଳା ପଞ୍ଚାୟତ ଅଞ୍ଚଳର ବୃଦ୍ଧବୃଦ୍ଧାଙ୍କ ସମେତ ବହୁ ଜନ ସାଧାରଣ ସ୍ବାସ୍ଥ୍ୟ ପରୀକ୍ଷା କରାଇ ଥିଲେ। ଏହି ଅବସରରେ ୩୦୦ରୁ ଉର୍ଦ୍ଧ ଲୋକଙ୍କର ପଞ୍ଜିକରଣ କରାଯାଇ ଥିଲା। ସେଥି ମଧ୍ୟରୁ ୧୭୬ ଜଣ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇ ୧୩୦ ଜଣଙ୍କୁ ମାଗଣା ଚଷମା ପ୍ରଦାନ କରା ଯାଇଥିବା ବେଳେ ୧୫ଜଣଙ୍କୁ ଉନ୍ନତ ଚକ୍ଷୁ ପରୀକ୍ଷା ପାଇଁ କଟକକୁ ପଠା ଯାଇଥିଲା। ଏଥି ସହିତ ୧୧୦ ଜଣ ଲୋକଙ୍କ ରକ୍ତ ଚାପ ,୯୦ଜଣଙ୍କ ମଧୁମୟ ଏବଂ ଅନ୍ୟାନ୍ୟ ପରୀକ୍ଷା କରାଯାଇଥିଲା । ଏଥିରେ ପଞ୍ଚାୟତର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ। ଏହିଭଳି କାର୍ଯ୍ୟକ୍ରମକୁ ନୟାଗଡ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପ୍ରତ୍ୟେକ ଜନସାଧାରଣ ମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା କରାଯାଇ ଚଷମା ଓ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମ୍ବନ୍ଧିତ ସୂଚନା ଓ ଔଷଧ ନିଶୁଳ୍କ ଯୋଗାଇ ଦେବା ପାଇଁ ଅର୍ବାନ ମେଡିକାଲ ଭିଜନ କେୟାର ପକ୍ଷରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଥିଲା।