ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ଵରାଜ୍ୟ ସ୍ଵପ୍ନକୁ ସାକାର କରିବା ଭିବି ଜି ରାମ ଜି ବିଲ୍‌ର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ଵର :ବିଜେପି ପାର୍ଟି ଅଫିସ୍‌ରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟ୍ ଅନୁଷ୍ଠିତ ହୋଇଛି। ଯେଉଁଥିରେ ସେ ଭିବି ଜି ରାମ ଜି ବିଲ୍‌ର ଉପକାରିତା ନେଇ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଏକ ମାତ୍ର ଲକ୍ଷ୍ୟ ୨୦୪୭ ସୁଦ୍ଧା ବିକଶିତ ଭାରତରେ ପରିଣତ କରିବା । ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ଵରାଜ୍ୟ ସ୍ଵପ୍ନ କୁ ପୁରା କରିବା ଲକ୍ଷ୍ୟ ନେଇ କରାଯାଇଛି । କୌଣସି ରାଜନୈତିକ ଫାଇଦା ଉଠାଇବା ଲକ୍ଷ୍ୟ ନୁହେଁ । ଭିବି ଜି ରାମ ଜି ଆଇନକୁ ନେଇ ବିରୋଧୀ ଦଳ ମାନେ ଅପପ୍ରଚାର କରୁଛନ୍ତି । କୃଷକ ବିରୋଧୀ ଓ ଗରିବ ବିରୋଧୀ ବୋଲି କହୁଛନ୍ତି ବିରୋଧୀ ଦଳ । ହେଲେ କୃଷକ ଓ ଶ୍ରମିକ ମାନଙ୍କ ଅଧିକାର ସୁରକ୍ଷା ପାଇଁ ଆଇନରେ ବ୍ୟବସ୍ଥା କରାଯାଇଛି । ସୃଷ୍ଟି ହେଉଥିବା ଭ୍ରାନ୍ତିକୁ ଦୂର କରିବା ଆଜି ସାମ୍ବାଦିକ ସମ୍ମିଳନୀର ଉଦ୍ଦେଶ୍ୟ । କୃଷକ ଓ ଗରିବଙ୍କ ରୋଜଗାର ବୃଦ୍ଧି ପାଇଁ ବିଭିନ୍ନ ସମୟରେ ସ୍ଵାଧୀନତା ପୂର୍ବରୁ ଓ ପରେ ମଧ୍ୟ ବ୍ୟବସ୍ଥା ଥିଲା । ଇଂରେଜ ଶାସନ ସମୟରେ ଦୁର୍ଭିକ୍ଷ ସମୟରେ ଯୋଜନା ଏକ ଯୋଜନା କରାଯାଇଥିଲା । କିନ୍ତୁ ଲୋକଙ୍କୁ କାମ ମିଳୁନଥିଲା । କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ଵ ଦେଇଥିଲେ ।

ad-week
Leave A Reply

Your email address will not be published.