ଚିଲିକାର ସୁରକ୍ଷା ଓ ପୁନରୁଦ୍ଧାର ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା କଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

newyr25

ଭୁବନେଶ୍ୱର : ନୂଆରୂପ ପାଇବ ଚିଲିକା ।  ଚିଲିକାର ଡେଭଲପମେଣ୍ଟ କରାଯିବ ସହ ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ କରାଯିବ । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ଭେଟିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।  ଉପସ୍ଥିତ ଥିଲେ ପୁରୀ ସାଂସଦ ସମ୍ବିତ ପାତ୍ର  ।  ଚିଲିକାର ଦୀର୍ଘକାଳୀନ ସୁରକ୍ଷା ଓ ପୁନରୁଦ୍ଧାର ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ପରିବର୍ତ୍ତିତ ସ୍ଥିତି ନେଇ ବିଜ୍ଞାନଭିତ୍ତିକ ରୋଡମ୍ୟାପ ଦେଇଛି IIT ମାଡ୍ରାସ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଚିଲିକାର ପୁନରୁଦ୍ଧାର କରାଯିବ ।  ଏସିଆର ସବୁଠୁ ବଡ଼ ହ୍ରଦ ଚିଲିକା ପର୍ଯ୍ୟଟନ ଦୃଷ୍ଟିରୁ ସମୃଦ୍ଧ  ।  ଚିଲିକାର ପୁନରୁଦ୍ଧାର ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବା ସହ ପରିବେଶର ସୁରକ୍ଷାରେ ବିଶେଷ ସହାୟକ ହେବ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପୂର୍ବରୁ ହୋଇଥିବା ବିସ୍ତୃତ ଆଲୋଚନା ଆଧାରରେ କେନ୍ଦ୍ର–ରାଜ୍ୟ ସମନ୍ୱିତ ପଦ୍ଧତି ବାବଦରେ ଆଜି ସୀତାରମଣଙ୍କ ସହ ଆଲୋଚନା କରାଯାଇଛି  ।  ଚିଲିକା ପାଇଁ ୧୫୦୦ ରୁ ୨ ହଜାର କୋଟିର DPR ପ୍ରସ୍ତୁତ ହେଉଛି ।

Leave A Reply

Your email address will not be published.