୧୦ ରୁ ରାଜଧାନୀରେ ଜାତୀୟସ୍ତରୀୟ ଶିଶିର ସରସ ମେଳା

newyr25

ଭୁବନେଶ୍ୱର : ଆସନ୍ତା ୧୦ ତାରିଖରୁ ରାଜଧାନୀରେ ଆରମ୍ଭ ହେବ ଜାତୀୟସ୍ତରୀୟ ଶିଶିର ସରସ ମେଳା -୨୦୨୬ ।  ଜାନୁଆରୀ ୧୦ରୁ ୧୮ ତାରିଖ ପର୍ଯ୍ୟନ୍ତ ଇଡକୋ ଗ୍ରାଉଣ୍ଡରେ ମେଳା ଚାଲିବ। ପ୍ରତିଦିନ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବୁଲିପାରିବେ ରାଜଧାନୀବାସୀ ।  ଚଳିତବର୍ଷ ମୋଟ ୩୪୦ଟି ଷ୍ଟଲ ପଡିବ ।  ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲାରୁ ଏସଏଚଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀ ରହିବେ ।  ଏହାସହ ୨୦ଟି ରାଜ୍ୟର ଏସଏଚଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀଙ୍କ ହାତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ବିକ୍ରି ହେବ ।  ଏଥିରେ ୩୫ଟି ସ୍ୱତନ୍ତ୍ର ଫୁଡ୍ ଷ୍ଟଲ ରହିବା ସହ ପ୍ରତ୍ୟେକ ଦିନ ମେଳାରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।  ଚଳିତବର୍ଷ ଏହି ମେଳାରେ ୩୦ କୋଟି ବ୍ୟବସାୟର ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.