ନାବାଳକଙ୍କୁ ପିଟି ପିଟି ହତ୍ୟା, ଅଭିଯୁକ୍ତ ଅଟକ

newyr25

ନୂଆଦିଲ୍ଲୀ : ଦିଲ୍ଲୀର ଯମୁନା ପାର ଅଞ୍ଚଳରେ ହତ୍ୟା ଲଗାତାର ଭାବରେ ଜାରି ରହିଛି । ଲକ୍ଷ୍ମୀ ନଗରରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କୁ ହତ୍ୟା ଏବଂ ୱେଲକମ ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରିବା ପରେ ତ୍ରିଲୋକପୁରୀ ଅଞ୍ଚଳରୁ ଆଉ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଏକ ନାବାଳକଙ୍କର ଏକ ଗୋଷ୍ଠୀ ଜଣେ ୧୭ ବର୍ଷୀୟ ଛାତ୍ରଙ୍କୁ ନିର୍ମମ ଭାବରେ ପିଟି ହତ୍ୟା କରିଛନ୍ତି । ଯାହା ପୁଣି ଥରେ ପୂର୍ବ ଦିଲ୍ଲୀର ଆଇନ ଶୃଙ୍ଖଳା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନାନୁଯାୟୀ, ଜାନୁଆରୀ ୫, ୨୦୨୬ ସନ୍ଧ୍ୟା ପ୍ରାୟ ୭:୨୫ ସମୟରେ ମୟୂର ବିହାର ପୋଲିସ ଷ୍ଟେସନ ଲାଲ ବାହାଦୁର ଶାସ୍ତ୍ରୀ ହସ୍ପିଟାଲରୁ ସୂଚନା ପାଇଲା ଯେ ଜଣେ ଯୁବକଙ୍କୁ ଗଣ୍ଡଗୋଳ ପରେ ଗୁରୁତର ଅବସ୍ଥାରେ ଅଚେତ ଅବସ୍ଥାରେ ଭର୍ତ୍ତି କରାଯାଇଛି । ଆହତ ଯୁବକଙ୍କ ନାମ ମୋହିତ (୧୭) । ସେ ତ୍ରିଲୋକପୁରୀର ଇନ୍ଦିରା କ୍ୟାମ୍ପର ବାସିନ୍ଦା ଏବଂ ଏକାଦଶ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଟିବି ହସ୍ପିଟାଲକୁ ରେଫର କରାଯାଇଥିଲା ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ଏଥି ସହିତ ଡିସିପି ଅଭିଷେକ ଧନିଆ କହିଛନ୍ତି ଯେ, ମୃତକଙ୍କର ସେହି ଅଞ୍ଚଳର ଜଣେ ନାବାଳକଙ୍କ ସହିତ ପୂର୍ବରୁ ବିବାଦ ଥିଲା । ଘଟଣା ଦିନ ମୋହିତ ତ୍ରିଲୋକପୁରୀ ଅଞ୍ଚଳରେ ତାଙ୍କ ବନ୍ଧୁମାନଙ୍କ ସହିତ ଥିବା ସମୟରେ ତାଙ୍କର ନାବାଳକଙ୍କ ଏକ ଗୋଷ୍ଠୀ ସହିତ ଯୁକ୍ତିତର୍କ ହୋଇଥିଲା । ଯାହା ତୁରନ୍ତ ହିଂସାତ୍ମକର ରୂପ ସଂଘର୍ଷରେ ପରିଣତ ହୋଇଥିଲା । ଅନେକ ନାବାଳକ ମୋହିତଙ୍କୁ ଘେରି ଯାଇଥିଲେ ଏବଂ ବାରମ୍ବାର ଲାତ ଏବଂ ମୁଠା ମାରିଥିଲେ ବୋଲି ଅଭିଯୋଗ ହୋଇଛି । ସେ ତଳେ ପଡ଼ିଯିବା ପରେ ମଧ୍ୟ ତାଙ୍କୁ ନିର୍ମମ ଭାବରେ ମାଡ଼ ମାରିଥିଲେ । ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିବା ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା ବୋଲି ତଦନ୍ତ ସମୟରେ ଜଣେ ପ୍ରତ୍ୟକ୍ଷଦର୍ଶୀ ପୋଲିସକୁ କହିଛନ୍ତି ।

ଅନ୍ୟପଟେ ଆକ୍ରମଣ ହେବା ମାତ୍ରେ ମୋହିତ ଅଚେତ ହୋଇଗଲେ । ଜାନୁଆରୀ ୬ ତାରିଖ ଦିନ ପ୍ରାୟ ୧.୧୫ ମିନିଟ୍ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ପରେ ପୋଲିସ ଭାରତୀୟ ଦଣ୍ଡ ଅନୁଯାୟୀ ମୟୂର ବିହାର ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.