ଉଜବେକିସ୍ତାନରେ ଫସିଛନ୍ତି ଶତାଧିକ ଓଡ଼ିଆ, ୪ ମାସ ହେଲା କମ୍ପାନୀ ଦେଉନି ଦରମା

newyr25

ବ୍ରହ୍ମପୁର: ଉଜବେକିସ୍ତାନରେ ଫସିଛନ୍ତି ଶତାଧିକ ଓଡ଼ିଆ ।  ପ୍ରାୟ ୧୫୦ରୁ ଅଧିକ ଓଡ଼ିଆ ଫସି ସେଠାରେ ଫସି ରହିଛନ୍ତି ।  ସେଥିରୁ ଗଞ୍ଜାମର କେବଳ ୧୦ଜଣ ଇଞ୍ଜିନିୟର ଥିବା ଅନୁମାନ କରାଯାଉଛି ।  ଆଙ୍ଗିୟୁଲରେ ଏଣ୍ଟର ଇଂଜିନିୟର କମ୍ପାନୀ ସାମ୍ନାରେ ୫ଦିନରୁ ଅଧିକ ହେଲା ଆନ୍ଦୋଳନ କରୁଛନ୍ତି ।

ଦୀର୍ଘ ୪ ମାସ ହେଲା କମ୍ପାନୀ ଦରମା ଦେଉନଥିବାବେଳେ ଖାଇବାକୁ ମଧ୍ୟ ଦେଉନାହିଁ । ଏଣ୍ଟର ଇଂଜିନିୟର କମ୍ପାନୀରେ ୧୫ ଶହରୁ ଅଧିକ ଭାରତୀୟ କାମ କରୁଛନ୍ତି ।  କମ୍ପାନୀ ଦରମା ଦେଉନଥିବା ଅଭିଯୋଗ ହୋଇଛି । ବଡ଼ କଷ୍ଟରେ ଘରୁ ଟଙ୍କା ମଗାଇ ଚଳୁଛନ୍ତି ଭାରତୀୟ  ।  ଏନେଇ ଭାରତୀୟ ଦୂତାବାସ ମଧ୍ୟ ଶୁଣୁ ନଥିବା ଅଭିଯୋଗ କରିଛନ୍ତି ।  ତେଣୁ ଭିଡିଓ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ ଜଣାଇ ଭିଡିଓ ପଠାଇଛନ୍ତି ।

ଅପରପକ୍ଷେ ସାନଖେମୁଣ୍ଡିର ଜଣେ ଲୋକଙ୍କ ସହ କଥା ହୋଇଥିବା କହିଛନ୍ତି ଗଞ୍ଜାମ ଜିଲ୍ଲା ଶ୍ରମ ଅଧିକାରୀ ।  ସେଠାରେ ସେମାନେ ଅସୁବିଧାରେ ଥିବା ଖବର ମିଳିଛି ।  ଆମେ ଯୋଗାଯୋଗରେ ରହିଛୁ  ଏବଂ ଏହି ସମସ୍ୟା ସରକାରଙ୍କ ଦୃଷ୍ଟି କୁ ଆଣିଛୁ ।

Leave A Reply

Your email address will not be published.