
ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ ମହାସ୍ନାନ କରାଯାଇଛି। ବୁଧବାର ଶ୍ରୀମନ୍ଦିର ଭିତର କାଠ ନିକଟରେ ବାନ୍ତି ପଡ଼ିଥିବାରୁ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଭିତର କାଠ ନିକଟରେ ବାନ୍ତି ପଡ଼ିଥିବା ନେଇ ସେବାୟତ ଦେଖିଥିଲେ । ଏହାପରେ ଗାରଦଙ୍କୁ ସୂଚନା ଦିଆଯାଇଥିଲା । ଏହାପରେ ମହାପ୍ରଭୁଙ୍କ ସକାଳ ଧୂପ ପରେ ମହାସ୍ନାନ କରାଯାଇଛି । ଏହି କାରଣରୁ ପ୍ରାୟ ୧ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି ।
ସେପଟେ ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ତପ ପରେ ଦତ୍ତ ମହାପାତ୍ର ସେବାୟତମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଆରମ୍ଭ କରିବେ । ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି।