ନବରଙ୍ଗପୁର ଜିଲ୍ଲାର ଆଠଟି ସରକାରୀ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

newyr25

ମୁଖ୍ୟମନ୍ତ୍ରୀଙ୍କ ସହ ଆଭାସୀ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଭାବବିନିମୟ

ଉମରକୋଟ / ରାଇଘର : ରାଜ୍ୟର ପ୍ରାଥମିକ ଶିକ୍ଷାକୁ ଅଧିକ ସୁଦୃଢ଼, ଗୁଣମାନସମ୍ପନ୍ନ ଓ ଆଧୁନିକ କରିବା ଦିଗରେ ଓଡ଼ିଶା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅନ୍ତର୍ଗତ ନବରଙ୍ଗପୁର ଜିଲ୍ଲାର ଆଠଟି ସରକାରୀ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆଜି ୦୭.୦୧.୨୦୨୬ ରିଖ ସକାଳ ୧୦ଟା ସମୟରେ ଆଭାସୀ ମାଧ୍ୟମରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ଗୁରୁତ୍ୱପୂର୍ଣ୍ଣ ଶିକ୍ଷାମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ କରିଥିଲେ। ନବରଙ୍ଗପୁର ଜିଲ୍ଲାର ରାଇଘର ପଡ଼ିଆଠାରେ ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ, ଜିଲ୍ଲାର ଅନ୍ୟ ସ୍ଥାନମାନଙ୍କରେ ଏହାର ସିଧା ପ୍ରସାରଣ କରାଯାଇଥିଲା।
ରାଇଘର ପଡ଼ିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ, ଶିକ୍ଷକମାନେ ଓ ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟମାନଙ୍କ ସହ ଆଭାସୀ ମାଧ୍ୟମରେ ସରାସରି ଭାବବିନିମୟ କରିଥିଲେ। ଏହି ସମୟରେ ସେ ଶିକ୍ଷାର ଗୁଣମାନ, ନୀତିମୂଲ୍ୟ ଓ ଚରିତ୍ର ଗଠନରେ ପ୍ରାଥମିକ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ମଧ୍ୟ ସହରୀୟ ଶିକ୍ଷା ସୁବିଧା ସହ ସମକକ୍ଷ ଶିକ୍ଷା ପାଇବା ଉଚିତ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଉତ୍ତମ ପାଠପଢ଼ା ସହିତ ସଂସ୍କାର, ଶୃଙ୍ଖଳା ଓ ସୃଜନଶୀଳତାର ଶିକ୍ଷା ଲାଭ କରିପାରିବେ। ଏହି ବିଦ୍ୟାଳୟଗୁଡ଼ିକ ଆଧୁନିକ ଶ୍ରେଣୀକକ୍ଷ, ମୌଳିକ ସୁବିଧା, ସ୍ୱଚ୍ଛ ପରିବେଶ ଓ ଛାତ୍ର-ମିତ୍ର ଶିକ୍ଷା ପ୍ରଣାଳୀରେ ସଜ୍ଜିତ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଅନ୍ୟପଟେ, ଜିଲ୍ଲାର ଅନ୍ୟ ଆଠଟି ସ୍ଥାନରେ ମଧ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହୋଇଥିବାରୁ ସ୍ଥାନୀୟ ଜନପ୍ରତିନିଧି, ଅଭିଭାବକ ଓ ସାଧାରଣ ଜନତା ଉତ୍ସାହର ସହ ଏହାକୁ ଦେଖିଥିଲେ। ଏହି କାର୍ଯ୍ୟକ୍ରମ ନବରଙ୍ଗପୁର ଜିଲ୍ଲାର ଶିକ୍ଷା ଉନ୍ନତିରେ ଏକ ମାଇଲଫଳକ ହେବ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ମାଧ୍ୟମରେ ରାଜ୍ୟ ସରକାରଙ୍କ “ଶିକ୍ଷା ସବୁଙ୍କ ପାଇଁ, ଶିକ୍ଷାରେ ଗୁଣମାନ” ନୀତିକୁ ଆଉ ଏକ ଦୃଢ଼ ଆଧାର ମିଳିବ ବୋଲି ଶିକ୍ଷାବିଦ୍ମାନେ ମତ ଦେଇଛନ୍ତି।
( ଉମରକୋଟରୁ, ରସିକ ସରକାରଙ୍କ ରିପୋର୍ଟ, ନିସର୍ତ୍ତ ନ୍ୟୁଜ )

Leave A Reply

Your email address will not be published.