ଆସିକା ସୁବର୍ଣ୍ଣେସ୍ୱର ବେଆଇନ ବାଲିଘାଟ ଉପରେ ବିଜେଡ଼ି ନେତାଙ୍କ ପକ୍ଷରୁ ଚଢ଼ାଉ, ଟ୍ରାକ୍ଟର ମାଫିଆ ଛୁ …..!

newyr25

ପ୍ରଶାସନ ବଟି ଖାଇ ଚୁପ ବିରୋଧି ଦଳ କରୁଛିକାମ …..!
ବ୍ରହ୍ମପୁର : ଆସିକା ଠାରେ ଥିବା ବେଆଇନ ବାଲି ଘାଟ ଉପରେ ବିରୋଧି ଦଳ ମାନଙ୍କ ପକ୍ଷରୁ ଘନ ଘନ ଚଢ଼ାଉ ଜାରି ରହିଛି। ସୋମବାର ଦିନ ରାତ୍ର ସମୟରେ କଂଗ୍ରେସ ନେତ୍ରୀଙ୍କ ପକ୍ଷରୁ କେନ୍ଦୁପଦର ବେଆଇନ ବାଲି ଘାଟ ଉପରେ ଚଢ଼ାଉ କରି ଜେସିବି ହାଇୱା ପ୍ରଶାସନ କୁ ହସ୍ତାନ୍ତର କରଯାଇଥିଲା। ମଙ୍ଗଳଵାର ଦିନ ଆସିକା ବିଜେଡ଼ି ନେତା ନଚିକତା ସ୍ୱାଇଁ ଓ ତାଙ୍କ ସମର୍ଥକ ମାନଙ୍କ ପକ୍ଷରୁ ଆସିକା ସୁନାମ୍ବ ସାହି ସ୍ଥିତ ସୁବର୍ଣ୍ଣେ ସ୍ୱର ବେଆଇନ ବାଲି ଘାଟ ଉପରେ ଚଢ଼ାଉ କରାଯିବା ସମୟରେ ଚୋରା ବାଲି ନେଉଥିବା ବହୁ ଟ୍ରାକ୍ଟର ଛୁ ମାରିଥିଲେ। ଘଟଣା ସ୍ଥଳରେ ଏକ ଜେସିବି ମେସିନ ଛାଡ଼ି ଯାଇଥିଲେ ବାଲି ମାଫିଆ ମାନେ। ଭଞ୍ଜନଗର ଉପ ଜିଲ୍ଲା ପାଳ ଆସିକା ତହସିଲଦାର ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ବେଆଇନ ବାଲି ଚୋରା ଚାଲାଣ କୁ ରୋକ ଲଗାଇବା ପାଇଁ ବେଜେଡି ନେତା ନଚି କତା ସ୍ୱାଇଁ ଦାବୀ କରିଛନ୍ତି। ଆସିକା ଅଞ୍ଚଳ ରେ ଚାଲିଥିବା ମାଳ ମାଳ ବେଆଇନ ବାଲି ଘାଟକୁ ପ୍ରଶାସନ ବନ୍ଦ କରିବାରେ ବିଫଳ ହେବା ପରେ ବିରୋଧି ଦଳ ବିଭିନ୍ନ ବେଆଇନ ବାଲି ଘାଟ ଉପରେ ଚଢ଼ାଉ ଜାରି ରଖି ଥିବା ଲକ୍ଷ କରାଯାଇଛି। ବିରୋଧି ଦଳ ମାନଙ୍କ ପକ୍ଷରୁ ବେଆଇନ ବାଲି ଘାଟ ଉପରେ ଚଢ଼ାଉ ଜାରି ରହିବା ଫଳରେ ବାଲି ମାଫିଆ ମାନେ ଆତଙ୍କିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.