ପୁଲିସ ଡାକି ଧାନ ଦଲାଲକୁ ଧରାଇଲେ ବିଧାୟକ

add-all

ଟିଟିଲାଗଡ଼: ବଲାଙ୍ଗୀର ଜିଲା ପ୍ରଶାସନ ଡିସେମ୍ବର ୫ରୁ ଧାନ ମଣ୍ଡି ଖୋଲି ଚାଷୀଙ୍କ ଧାନ କ୍ରୟ କରିବ ବୋଲି ଘୋଷଣା କରିଥିଲା। ହେଲେ ଡିସେମ୍ବର ୨୦ ତାରିଖରେ ମଣ୍ଡି ଖୋଲିଲା। ଯାହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନେକ ଚାଷୀ ଦଲାଲର ଶିକାର ମଧ୍ୟ ହୋଇଛନ୍ତି। ଦଲାଲମାନେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ୩୧୬୯ ଟଙ୍କା ବଦଳରେ ୨୫୦୦ ଟଙ୍କା ମଧ୍ୟରେ ଧାନ କ୍ରୟ କରୁଛନ୍ତି ।

ଏଭଳି କ୍ଷେତ୍ରରେ ଗତ ୫ ତାରିଖରୁ ମିଲର୍ସଙ୍କ ଆନ୍ଦୋଳନ ନେଇ ମଣ୍ଡି ସମ୍ପୂର୍ଣ୍ଣ ବନ୍ଦ ପଡିଛି । ଏନେଇ ଦଲାଲ ଉତ୍ସାହିତ ହୋଇଥିବା ବେଳେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି। ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଅଭିଯୋଗ ପାଇ ଆଜି ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଘୋଡ଼ାର ଗାଁରେ ଚାଷୀଙ୍କ ଠାରୁ କମ ଦରରେ ଧାନ କିଣୁଥିବା ଜଣେ ଦଲାଲଙ୍କୁ ଯାଇ ଧରିବା ଚର୍ଚ୍ଚାର ବିଷୟ ହୋଇଛି । ପରେ ପୁଲିସ ଡାକି ବିଧାୟକ ଧାନ ଗାଡି ସହ ଉକ୍ତ ଦଲାଲକୁ ଧରାଇଥିଲେ।

ad-week
Leave A Reply

Your email address will not be published.