ଆନ୍ଦୋଳନ ସ୍ଥଗିତ, ଆସନ୍ତାକାଲିଠୁ କାର୍ଯ୍ୟରେ ଯୋଗ ଦେବେ ଡାକ୍ତର

newyr25

ଭୁବନେଶ୍ୱର: ସାରା ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ଆଜି ଅପରାହ୍ନରେ ଓମସା ସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ଜରୁରୀ ବୈଠକ କରିଥିଲେ । ଏସମା ଲାଗୁ ହେବା ପରେ ମଧ୍ୟ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଥିଲା । ଆଜିର ବୈଠକରେ ସମାଧାନର ବାଟ ବାହାରିବା ପରେ ଆନ୍ଦୋଳନ ହଟିଥିବା ଓମସାର ସଭାପତି ସୂଚନା ଦେଇଛନ୍ତି । ପୂର୍ବ ଆଲୋଚନା ଅପେକ୍ଷା ଆଜିର ଆଲୋଚନାରେ ସମସ୍ୟାର ସମାଧାନ ପାଇଁ ନିଷ୍କର୍ସ ବାହାରିପାରେ ଡାକ୍ତର ସଂଘର ଆନ୍ଦୋଳନରୁ ହଟିଛନ୍ତି । ଡାକ୍ତର ସଂଘ ରଖିଥିବା ସମସ୍ତ ଦାବି ମଧ୍ୟରୁ ପ୍ରାୟ ସମସ୍ତ ଦାବି ମାନିବାକୁ ସରକାର ରାଜି ହୋଇଛନ୍ତି । ଫଳରେ ଆସନ୍ତାକାଲିଠାରୁ କାର୍ଯ୍ୟରେ ଯୋଗ ଦେବେ ଡାକ୍ତର ସଂଘ ।

ଆଜି ୨ଘଣ୍ଟା ପାଇଁ ଓପିଡି ବନ୍ଦ ରଖି ଆନ୍ଦୋଳନ କରୁଥିଲା ଡାକ୍ତର ସଂଘ । ଫଳରେ ରୋଗୀ ସେବା ବ୍ୟାହତ ହେଉଥିଲା । ସରକାର ଲଗାଇଥିବା ଏସମାକୁ ନମାନି ଡାକ୍ତର ସଂଘ ନିଜ ଜିଦରେ ଅଟଳ ରହିଥିଲେ । ୧୪ଦଫା ଦାବି ପୂରଣ ନେଇ ଡିସେମ୍ବର ୨୬ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଥିଲା ଡାକ୍ତର ସଂଘ ।

Leave A Reply

Your email address will not be published.