ଛାନଭିନ ପରେ ସ୍ୱାଭାବିକ ହେଲା ହାଇକୋର୍ଟ କାର୍ଯ୍ୟ

newyr25

କଟକ: ବୋମା ଧମକ ସତ୍ୱେ ସ୍ୱାଭାବିକ ହୋଇଛି କୋର୍ଟ କାର୍ଯ୍ୟ । ବମ୍‌ ସ୍କାର୍ଡ, ଡଗ୍‌ ସ୍କ୍ୱାର୍ଡ ଓ ପୁଲିସର ଛାନଭିନ ପରେ କିଛି ନମିଳିବାରୁ କୋର୍ଟ କାର୍ଯ୍ୟ ସ୍ୱାଭାବିକ ହୋଇଛି । ମୁଖ୍ୟ ବିଚାରପତି ଓ ୩ ବିଚାରପତି କୋର୍ଟରେ ଶୁଣାଣି ଆରମ୍ଭ କରିଛନ୍ତି ।

ରାଜ୍ୟର ୩ଟି କୋର୍ଟ କଟକ ଜିଲା କୋର୍ଟ, ସମ୍ବଲପୁର କୋର୍ଟ ଓ ଦେବଗଡ କୋର୍ଟକୁ ବୋମା ଧମକ ଦିଆଯାଇଥିଲା । ଏକ ବେନାମୀ ଇ-ମେଲ୍‌ ଜରିଆରେ ଧମକ ଆସିବା ପରେ ପୁଲିସ ଗୁରୁତର ସହ ନେଇ ତୁରନ୍ତ ଯାଞ୍ଚ ଆରମ୍ଭ କରିଥିଲା । ଡିଜିପି ଲୋକମାନଙ୍କୁ ଭୟଭୀତ ନହେବାକୁ ଅନୁରୋଧ କରିଥିଲେ । ପୁଲିସ ଓ ବମ୍‌ ସ୍କ୍ୱାର୍ଡକୁ ସହଯୋଗ କରିବାକୁ କହିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ତୁରନ୍ତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.